Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଲାସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ
ଆଜିର ଖବର

ଜାତୀୟ ଲାସିକା ଫାଇଲେରିଆ ମୂଳୋତ୍ପାଟନ କାର୍ଯ୍ୟକ୍ରମ

February 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାଙ୍କର ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ୨୫ ଫେବୃୟାରୀ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବାତଜ୍ୱର ନିରାକରଣ ପାଇଁ ସାର୍ବଜନୀନ ବାତଜ୍ୱର ବଟିକା ସେବନ କାର୍ଯ୍ୟକ୍ରମ ରଖାଯାଇଅଛି।

ଏହିଦିନ ନିଜକୁ ଓ ଗୋଷ୍ଠିକୁ ବାତଜ୍ୱରରୁ ରକ୍ଷା କରିବା ପାଇଁ ବୟସ ଅନୁପାତରେ ସଠିକ୍ ମାତ୍ରାରେ ଡ଼ି.ଇ.ସି ଏବଂ ଆଲ୍‌ବୋଣ୍ଡଜୋଲ୍ ବଟିକା ଆଶା, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କ ଜରିଆରେ ଲୋକଙ୍କୁ ଦିଆଯିବ। ଯଦି କୌଣସି କାରଣରୁ ଲୋକ ଏହି ବଟିକା ଫେବୃୟାରୀ ୨୫ ତାରିଖ ଦିନ ଖାଇପାରିବ ନାହିଁ ତେବେ ମାର୍ଚ୍ଚ ୬ ୨୦୨୧ ମଧ୍ୟରେ ଯେ କୌଣସି ଦିନ ଆଶା, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘର ଘର ବୁଲି ଏହି ବଟିକା ଖୁଆଇବେ। ଏନେଇ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ ଜଗଦୀଶ ପଟ୍ଟନାୟକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଭି. ସରୋଜିନୀ ଦେବୀ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟରବାହିତ ରୋଗ) ଡା. ସନ୍ତୋଷ କୁମାର ପାଢ଼ୀ, ଯକ୍ଷ୍ମା ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଅବନୀ କୁମାର ପାତ୍ର, ଡା. ସଂବିତ ପାତ୍ର, ଅନୁଜ ଘୋଷ ପ୍ରମୁଖ ଉପସ୍ଥିତ ରହି ସବିଶେଷ ସୂଚନା ପ୍ରଦାନ କରିଥିଲେ।

ସମୁହ ବାତଜ୍ୱର ବଟିକା ସେବନ ନିମନ୍ତେ ହିତାଧକାରୀ ସଂଖ୍ୟା ୩୫,୫୨,୨୨. ଔଷଧ ବଣ୍ଟନକାରୀ ଆଶା ଓ ସ୍ୱେଚ୍ଛାସେବୀ ସଂଖ୍ୟା ୭୦୫୦, ସୁପରଭାଇଜର ସଂଖ୍ୟା ୭୦୫ ରହିଛି। ଏହାସହ ଡ଼ି.ଇ.ସି ବଟିକା ସଂଖ୍ୟା ୮୮୮୦୫୬୮ ରହିଥିବା ବେଳେ ଆଲ୍‌ବେଣ୍ଡାଜୋଲ୍ ବଟିକା ସଂଖ୍ୟା ୩୫୫୨୨୨୬ ରହିଛି।

ଫାଇଲେରିଆ
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026
Latest News

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.