Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫେଲ୍ ମାରିଛି ବସୁଧା ଯୋଜନା: ପ୍ରକଳ୍ପ କାର୍ଯ୍ୟର ୧୦ ଦିନ ପରେ ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍‌
ଆଜିର ଖବର

ଫେଲ୍ ମାରିଛି ବସୁଧା ଯୋଜନା: ପ୍ରକଳ୍ପ କାର୍ଯ୍ୟର ୧୦ ଦିନ ପରେ ପାନୀୟ ଜଳଯୋଗାଣ ସମ୍ପୂର୍ଣ୍ଣ ଠପ୍‌

February 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନେକ ଗ୍ରାମ ଦୁର୍ଗମ ଅଂଚଳରେ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ସରକାରୀ ସୁବିଧା ସୁଯୋଗ ଆଜି ପର୍ଯ୍ୟନ୍ତ ବହୁ ଅଞ୍ଚଳବାସୀ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି।

ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଅର୍ଥ ବ୍ୟୟବରାଦ କରୁଥିବା ବେଳେ ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହୁଛି। ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନିତି ଓ ଠିକାସଂସ୍ଥା ମାନଙ୍କ ଲାଭ ଖୋର ମନଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟଗୁଡିକ ଅତିନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି।

ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କାଟିଙ୍ଗିଆ ପଂଚାୟତର ଆଡିବଙ୍ଗା ଗ୍ରାମରେ। କାଟିଙ୍ଗିଆ ପଂଚାୟତର ୱାର୍ଡ ନଂ ୭ ରାଇକଣା, ୱାର୍ଡ ନଂ ୮ ବୁରୁମୁଣ୍ଡି ଓ ୱାର୍ଡନଂ ୯ ଆଡିବଙ୍ଗା ଏହି ତିନୋଟି ରାଜସ୍ୱଗ୍ରାମ ୧୫୦ ପରିବାର କୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇ ଗତ ୨୦୨୦ ମସିହା ଅଗଷ୍ଟ ମାସରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ପ୍ରତିଦିନ ଦୁଇଘଣ୍ଟା ଲେଖାଏଁ ପାଣି ଯୋଗାଣ କରିବାକୁ ବିଭାଗ ତରଫରୁ ଜଣେ ଅପରେଟରକୁ ମଧ୍ୟ ନିଯୁକ୍ତି କରାଯାଇଛି।

ଦୁଃଖର ବିଷୟ ଦୁଇଦିନ ପରେ ପାଇପ ଫାଟିଯିବା ଭଳି ସମସ୍ୟା ଦେଖାଦେଇଥିବା ବେଳେ ୧୦ ଦିନ ପରେ ପାଣି ସପ୍ଲାଇ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଲକ୍‌ଡାଉନ୍ ସଟ୍‌ଡାଉନ ଓ ବିଦ୍ୟୁତ ସମସ୍ୟାକୁ ଆଳ ଦେଖାଇ ଦିନ ଗଡାଇବାରେ ଲାଗିଛନ୍ତି ବିଭାଗୀୟ କର୍ମଚାରୀ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଦାରିଙ୍ଗବାଡ଼ି ବ୍ଲକର ପାନୀୟ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ପଚାରାଯିବାରୁ ଥ୍ରୀଫେଜ୍ ବିଦ୍ୟୁତ୍ ନଥିବାରୁ ମୋଟର ସଠିକ ଭାବେ କାର୍ଯ୍ୟ କରୁନାହଁ ବିଦ୍ୟୁତ୍ ବିଭାଗ ସହ କଥାସରିଛି।

ଆସନ୍ତା ୪/୫ ଦିନ ମଧ୍ୟରେ ଠିକ ହୋଇଯିବ ବୋଲି କହିଛନ୍ତି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଦ୍ୟୁତ୍ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇପାରିନାହିଁ। ଖରାଦିନ ପାଖେଇ ଆସୁଥିବା ବେଳେ ବର୍ତ୍ତମାନ ଠାରୁ ଜଳାଭାବ ଦେଖାଦେଲାଣି।

ଏଣୁ ଜିଲ୍ଲା ପ୍ରଶାସନ ଏହାକୁ ବିଚାରକୁ ନେଇ ତୁରନ୍ତ ଜଳକଷ୍ଟ ଦୂର କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି, ସୁଜିତ ଦିଗାଲ, ବୁବୁନ୍ ବଲ୍ୟାର ସିଂ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଦାରିଙ୍ଗବାଡ଼ି ବ୍ଲକ ବସୁଧା ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026
Latest News

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.