Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରମିକ ନେଇ ଯାଉଥିବା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ଜଣେ ମହିଳା ମୃତ, ପନ୍ଦରରୁ ଉର୍ଦ୍ଧ୍ଵ ଆହତ
ଆଜିର ଖବର

ଶ୍ରମିକ ନେଇ ଯାଉଥିବା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ଜଣେ ମହିଳା ମୃତ, ପନ୍ଦରରୁ ଉର୍ଦ୍ଧ୍ଵ ଆହତ

February 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ମହିଳା ଶ୍ରମିକଙ୍କ ମୃତୁ ଘଟିଥିବା ବେଳେ ପନ୍ଦରରୁ ଉର୍ଦ୍ଧ୍ଵ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ସମସ୍ତ  ଶ୍ରମିକଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମୃତ ଶ୍ରମିକ ଜଣକ ଏସ ବି ଜଗଦେଵ ପୁର ଗ୍ରାମର ଭୈର ସାହୁ ଙ୍କ ପତ୍ନୀ ବନିତା ସାହୁ(୪୦) ବୋଲି ଜଣାପଡିଛି। ଗୁରୁତର ଶ୍ରମିକ ମାନେ ହେଉଛନ୍ତି ଖଡିକା ସାହୁ ୫୫, ସୁଦଷ୍ଣା ଗୈାଡ ୩୫, ସରିତା ସାହୁ ୩୫, ବୃନ୍ଦାବନ ସାହୁ ୩୫, ନାରାୟଣ ସାହୁ ୨୬, କାଦମ୍ବରୀ ପାଇକ ୨୦,ତପି ସାହୁ ୨୦, ବନଲତା ସାହୁ ୫୦, ଇନ୍ଦୁ ସାହୁ ୫୦, ସବା ଚଣ୍ଡ ୩୫, ଏ ନାଗା ୩୫, ଶିବନୀ ସାହୁ ୨୦, ଏ ଲକ୍ଷ୍ମୀ ୪୦, ଅନୁସାୟା ଚଣ୍ଡ ୨୮ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଚିକିଟି ବ୍ଳକ ବୀରସିଂହ ପୁର ଗ୍ରାମ ନିକଟରେ ଚାଲିଥିବା ଏକ ରାସ୍ତା କାର୍ଯ୍ୟରେ  ଖାରିଆଗୁଡା ପଞ୍ଚାୟତ ଏସ ବି ଜଗଦେବ ପୁର ଗ୍ରାମର ଶ୍ରମିକ ମାନେ ନିୟୋଜିତ ଥିଲେ। କାମ ସାରି ସନ୍ଧ୍ୟା ସମୟରେ ଏକ ଟ୍ରାକ୍ଟର- ନମ୍ବର (ଓଡ଼ି୦୭ ଏସ ୬୩୯୨) ଯୋଗେ ଗ୍ରାମ କୁ ଫେରୁଥିଲେ। ଟ୍ରାକ୍ଟର ଇଞ୍ଜିନ୍ ରୁ ଏକ ସାପ ବାହାରି ଯିବାରୁ ଭୟରେ ଡ୍ରାଇଭର ଗାଡ଼ିର ବ୍ରେକ୍  ଦେଇ ଦେଇଥିଲେ। ଯାହାରି ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାଜପୁର ଗାଁ ନିକଟରେ ଥିବା ହେତା ବନ୍ଧ ନିକଟରେ ଓଲଟି ପଡ଼ିଥିଲା।

ଲୋକମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି କିର୍ତିଭାସନ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ପ଼ହଞ୍ଚି ଗୁରୁତର ଶ୍ରମିକ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ମହିଳା ମୃତ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.