Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ହାତୀ ଦଳା ଚକଡାରେ ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଙ୍ଗଲୀ ହାତୀ ଦଳା ଚକଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣକ ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳ ପୁଞ୍ଜିଆମା ଗ୍ରାମର ପାଣ୍ଡଵ ପ୍ରଧାନ ଙ୍କ ସ୍ତ୍ରୀ ରଞ୍ଜନା ପ୍ରଧାନ (୩୫)।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଏକ ଜଙ୍ଗଲୀ ହାତୀପଲ ମାଳ ପୁଞ୍ଜିଆମା ଗ୍ରାମରେ ଫସଲ ଖାଇବା ଉଦ୍ଦେଶ୍ୟରେ ପଶିଯାଇଥିଲେ। ତେବେ ରଞ୍ଜନା ସେହି ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବନ ବିଭାଗ ବାଣପୁର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ଟାଙ୍ଗୀ: ବିଷାକ୍ତ ସାପ କାମୁଡ଼ାରେ ମହିଳା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଦଳ ବେହେରା ସାହିରେ ଅଭାବନୀୟ ଘଟଣା ଘଟିଯାଇଛି। ବିଷାକ୍ତ ସାପ କାମୁଡ଼ାରେ ରୁନୁ ବେହେରା (୪୦) ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ରୁନୁ ବେହେରା ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବିଷାକ୍ତ ସାପଟିଏ କାମୁଡ଼ି ଦେଇଥିଲା। ମହିଳାଙ୍କ ଚିତ୍କାର ଶୁଣି ସାହି ପଡିଶା ଲୋକ ଏକାଠି ହୋଇ ସାପକୁ ଖୋଜିଥିଲେ। ପରେ ସାପକୁ ଉଦ୍ଧାର କରି ଏକ ପ୍ଲାଷ୍ଟିକ୍ ଡବାରେ ରଖିଥିଲେ। କିନ୍ତୁ ସେପଟେ ମହିଳାଜଣଙ୍କ ଗୁରୁତର ହେବାରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଖୋର୍ଦ୍ଧା ସଦର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ସେପଟେ ମହିଳାଙ୍କ ସ୍ୱାମୀ ଶ୍ରାବଣୀ ଜଳ ଭାର ଲାଗି ଯାଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ ମଙ୍ଗେଇ ପୋଖରୀରେ ବୁଡି ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁର ସହିଦ ନଗରରେ ଅଭାବନୀୟ ଘଟଣା ଘଟିଯାଇଛି। ବାବୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି ପଣ୍ଡା (୩୫) ନିକଟସ୍ଥ ମଙ୍ଗେଇ ପୋଖରୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ତାଙ୍କର ଗୋଡ ଖସି ଯିବାରୁ ପୋଖରୀ ମଧ୍ୟକୁ ପଶି ଯାଇଥିଲେ। ସେଠାରେ ଅନ୍ୟ ଜଣେ ମହିଳା ତାଙ୍କୁ ଦେଖି ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଡାକିଥିଲେ। ହେଲେ କିଛି ଲୋକ ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରେ ବହୁ ସମୟ ଧରି ଖୋଜାଖୋଜି କରିବାପରେ ମହିଳାଙ୍କୁ ପାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ହାଇୱା ଧକ୍କାରେ ମହିଳା ମୃତ, ଗ୍ରାମରେ ଉତ୍ତେଜନା ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମରେ ଆଜି ସକାଳୁ ଅଭାବନୀୟ ଘଟଣା ଘଟିଯାଇଛି। ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଖବର ମୁତାବକ ଆଜି ସକାଳୁ ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ ଖାଲି କରି ଫେରିବା ବେଳକୁ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

ତେବେ ହାଇୱା ଟି ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଗାଡି ମାଲିକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଟିକିରା ନଦୀରେ ବୁଡ଼ି ମହିଳା ମୃତ

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ବାଟଗାଁ ଗ୍ରାମରେ ଜଣେ ମହିଳା ନିଜ ସ୍ବାମୀଙ୍କ ପାଖକୁ ଭାତ ନେଇ ଯାଉଥିବା ବେଳେ ଟିକିରା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଉମା ମୁଖୀ (୬୦) ସ୍ବାମୀ ଗାଈ ଚରାଉଥିବା ଟିକିରା ନଦୀର ଅପରପାର୍ଶ୍ବକୁ ନଦୀ ପାର ହୋଇ ଭାତ ଧରି ଯାଉଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ଗତ କାଲି ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମହିଳାଙ୍କୁ ପାଇ ନ ଥିଲେ। ଆଜି ମୃତକ ମହିଳାଙ୍କୁ ଟିକିରା ନଦୀରୁ ଉଦ୍ଧାର କରାଯାଇଥିଲା।  ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣା ପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ ଝଗଡାକୁ ନେଇ ବାଣପୁରରେ ହତ୍ୟାକାଣ୍ଡ, ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି।

ପୋଲିସ ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ତିନି ଭାଇ ଏକାଠି ଘରେ ରହୁଥିବା ବେଳେ କୌଣସି କାରଣରୁ ଆଜି ସକାଳେ ସୁବାସଙ୍କ ସହ ଅନ୍ୟ ତିନି ଭାଇଙ୍କ ଝଗଡା ହୋଇଥିଲା। ଏହାପରେ ସୁବାସଙ୍କୁ ଏବଂ ତାଙ୍କ ଧର୍ମପତ୍ନୀ ମନାକ୍ଷୀ ରାଉତରାୟଙ୍କୁ ତିନି ଭାଇ ମରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏବଂ ସୁବାସ ଗୁରୁତର ଆହତ ହୋଇଛନ୍ତି।

ବର୍ତ୍ତମାନ ମିନାକ୍ଷୀଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସୁବାସଙ୍କ ତିନି ଭାଇ ଫେରାର ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ବଜ୍ରାଘାତରେ ମହିଳା ମୃତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବଜ୍ରାଘାତରେ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ହରିପୁର ଗ୍ରାମର ସରଜୁ ମାଝି (୫୨) ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି। ଘରେ ବସି ଚା’ ପିଉଥିବା ବେଳେ ସରଜୁଙ୍କୁ ବଜ୍ରାଘାତ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ସରଜୁଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ, କ୍ଷତିପୂରଣ ଦାବୀ କଲେ ଗ୍ରାମବାସୀ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ରେଞ୍ଜରେ ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି। ଅତୀତରେ ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ବନବିଭାଗ ହନ୍ତାହାତୀକୁ ଘଉଡାଇବାରେ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।

ଆଜି ସଂଧ୍ୟା ୭ ଟାରେ ନାକଟିଦେଉଳ ରେଞ୍ଜ ଲୁବୁରୀ ଗ୍ରାମର ମଥୁରା ଦେହୁରୀ (୫୦) ଝାଡା ଯାଉଥିବା ସମୟରେ ଏକ ଦନ୍ତା ଆସି ଆକ୍ରମଣ କରି ପଳାଇ ଯାଇଥିଲା। ଘଟଣା ସ୍ଥଳରେ ହିଁ ମଥୁରାର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବନବିଭାଗର କୌଣସି ପ୍ରତିନିଧି ଲୁବୁରୀ ଗ୍ରାମରେ ପହଂଚି ନ ଥିବା ଗ୍ରାମବାସୀ ଆମ ପ୍ରତିିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

ବାରମ୍ବାର ଏ ଅଂଚଳରେ ହାତୀ ଦୌରାତ୍ମ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଧାନ ଅମଳ ସମୟରେ ହାତୀମାନେ ଆସି ଧାନ ଫସଲ ମଧ୍ୟ ନଷ୍ଟ କରିପକାଉଛନ୍ତି। ବନବିଭାଗ ଠିକ୍ ସମୟରେ କ୍ଷତିପୂରଣ ଦେଉନାହିଁ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁମୁହିଁ ଧକ୍କା: ମହିଳା ମୃତ, ତିନି ଆହତ

ନୟାଗଡ/ରଣପୁର: ନୟାଗଡ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଗୋଟିଏ ଯାତ୍ରୀବାହୀ ଅଟୋ ରିକ୍ସା ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଲୋଧାଚୁଆ ନିକଟସ୍ଥ ବଜ୍ରକୋଟ ଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ଓଡ଼ଗାଁରୁ ଅଟୋ ରିକ୍ସା ଯୋଗେ ଗୋଟିଏ ପରିଵାରର ଲୋକ ଏକ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଟାଙ୍ଗୀ ଥାନା କୁହୁଡ଼ି ଯାଉଥିଲେ। କିନ୍ତୁ ରଣପୁର ବ୍ଲକ୍ ଅନ୍ତର୍ଗତ ବାଜ୍ରକୋଟ ଗାଁ ନିକଟରେ ସେମାନଙ୍କ ଅଟୋଟି ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସାମ୍ନାରୁ ଧକ୍କାଦେବା ଫଳରେ ଅଟୋରୁ ଜଣେ ମହିଳା  ଛିଟିକି ଯାଇ ଟ୍ରକ୍ ଚକା ତଳେ ପଡିଯାଇଥିଲେ। ଫଳରେ ମହିଳାଙ୍କ ଦେହରୁ ହାତ ଅଲଗା ହେବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଯାହା ଦ୍ୱାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତିନିଜଣ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରେଢାଖୋଲ: ହାତୀ ଆକ୍ରମଣରେ ବ୍ରାହ୍ମଣୀ ଗ୍ରାମରେ ମହିଳା ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମରେ ଜନୈକା ମହିଳାକୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ମୃତକ ମହିଳା ଜଣଙ୍କ ହେଲେ ସୁମିତ୍ରା ଦେହୁରୀ (୫୫)।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବ୍ରାହ୍ମଣୀ ଗ୍ରାମର ସୁମିତ୍ରା ଦେହୁରୀ ନିଜ ସ୍ୱାମୀ ଇ-ଶ୍ରମକାର୍ଡ କରିବାକୁ ନିକଟସ୍ଥ ପଥୁରିଆ ଗ୍ରାମକୁ ଯାଇଥିଲେ।  ରାତି ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ଫେରିନଥିବାରୁ ହାତରେ ଏକ ଟର୍ଚ୍ଚ ଧରିି ସୁମିତ୍ରା ଖୋଜିବା ବାହାରିଥିଲେ। ହେଲେ ସୁମିତ୍ରା ରାସ୍ତାରେ ଯାଉଥିବା ବେଳେ ଗ୍ରାମ ଠାରୁ କିଛି ଦୂରରେ ହାତୀ ପଲ ହାବୁଡରେ ପଡିଯାଇଥିଲେ। ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲେ।

ଘଟଣା ସ୍ଥଳରେ ହିଁ ସୁମିତ୍ରାର ମୃତ୍ୟୁ ହୋଇଥିବା ଜଣା ପଡିଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନବିଭାଗର ରେଞ୍ଜ ଅଧୀକାରୀ ମୈତ୍ରୀ ମଂଜିତ ବିଶ୍ୱାଳ, ଫରେଷ୍ଟ ଗାର୍ଡ, ଫରେଷ୍ଟର ତଥା ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧାର କରିବା ସହ ରେଢାଖୋଲ ଡାକ୍ତର ଖାନାକୁ ପଠାଇଥିଲେ। ରେଢାଖୋଲ ଡାକ୍ତରଖାନାରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ମୃତକ ପରିବାରର ଅନ୍ତୈଷ୍ଟିକ୍ରିୟା ପାଇଁ ସରକାରଙ୍କ ତରଫରୁ ୪୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯାଇଥିବା ବେଳେ ପରେ ୪ ଲକ୍ଷ ଟଙ୍କା ମୃତକର ପରିବାରକୁ ପ୍ରଦାନ କରାଯିବ ବୋଲି ରେଢାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରମିକ ନେଇ ଯାଉଥିବା ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ଜଣେ ମହିଳା ମୃତ, ପନ୍ଦରରୁ ଉର୍ଦ୍ଧ୍ଵ ଆହତ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ମହିଳା ଶ୍ରମିକଙ୍କ ମୃତୁ ଘଟିଥିବା ବେଳେ ପନ୍ଦରରୁ ଉର୍ଦ୍ଧ୍ଵ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ସମସ୍ତ  ଶ୍ରମିକଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ମୃତ ଶ୍ରମିକ ଜଣକ ଏସ ବି ଜଗଦେଵ ପୁର ଗ୍ରାମର ଭୈର ସାହୁ ଙ୍କ ପତ୍ନୀ ବନିତା ସାହୁ(୪୦) ବୋଲି ଜଣାପଡିଛି। ଗୁରୁତର ଶ୍ରମିକ ମାନେ ହେଉଛନ୍ତି ଖଡିକା ସାହୁ ୫୫, ସୁଦଷ୍ଣା ଗୈାଡ ୩୫, ସରିତା ସାହୁ ୩୫, ବୃନ୍ଦାବନ ସାହୁ ୩୫, ନାରାୟଣ ସାହୁ ୨୬, କାଦମ୍ବରୀ ପାଇକ ୨୦,ତପି ସାହୁ ୨୦, ବନଲତା ସାହୁ ୫୦, ଇନ୍ଦୁ ସାହୁ ୫୦, ସବା ଚଣ୍ଡ ୩୫, ଏ ନାଗା ୩୫, ଶିବନୀ ସାହୁ ୨୦, ଏ ଲକ୍ଷ୍ମୀ ୪୦, ଅନୁସାୟା ଚଣ୍ଡ ୨୮ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଚିକିଟି ବ୍ଳକ ବୀରସିଂହ ପୁର ଗ୍ରାମ ନିକଟରେ ଚାଲିଥିବା ଏକ ରାସ୍ତା କାର୍ଯ୍ୟରେ  ଖାରିଆଗୁଡା ପଞ୍ଚାୟତ ଏସ ବି ଜଗଦେବ ପୁର ଗ୍ରାମର ଶ୍ରମିକ ମାନେ ନିୟୋଜିତ ଥିଲେ। କାମ ସାରି ସନ୍ଧ୍ୟା ସମୟରେ ଏକ ଟ୍ରାକ୍ଟର- ନମ୍ବର (ଓଡ଼ି୦୭ ଏସ ୬୩୯୨) ଯୋଗେ ଗ୍ରାମ କୁ ଫେରୁଥିଲେ। ଟ୍ରାକ୍ଟର ଇଞ୍ଜିନ୍ ରୁ ଏକ ସାପ ବାହାରି ଯିବାରୁ ଭୟରେ ଡ୍ରାଇଭର ଗାଡ଼ିର ବ୍ରେକ୍  ଦେଇ ଦେଇଥିଲେ। ଯାହାରି ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାଜପୁର ଗାଁ ନିକଟରେ ଥିବା ହେତା ବନ୍ଧ ନିକଟରେ ଓଲଟି ପଡ଼ିଥିଲା।

ଲୋକମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି କିର୍ତିଭାସନ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ପ଼ହଞ୍ଚି ଗୁରୁତର ଶ୍ରମିକ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ହାତୀ ନେଲା ଆଉ ଏକ ଜୀବନ

କନ୍ଦର୍ପ ବେହେରା

ରେଢାଖୋଲ : ଏଇ କିଛି ଦିନ ତଳେ ବାଟଗାଁ ପଂଚାୟତର ଭେଟିଆବେନିରେ ଜଣେ ମହିଳାକୁ ହାତୀ ମାରି ଦେଇଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଆଉ ଜଣେ ମହିଳାକୁ ସକାଳେ ହାତୀ ମାରି ଦେଇଥିବା ଖବର ହସ୍ତଗତ ହୋଇଛି ।

ପ୍ରକାଶ ଯେ ନାକ୍ଟିଦେଉଳ ରେଞ୍ଜର ବାଟଗାଁ ପଂଚାୟତ ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ(୬୨)ଙ୍କୁ ହାତୀ ଦଳି ଦେଇଛି। ମୃତ ମହିଳା ଜଣଙ୍କ ନିଜ ଜମିକୁ କୌଣସି କାମରେ ସକାଳ ୫ଟାରେ ଯାଇଥିଲେ। ସେଇ ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ମହିଳା ଜଣଙ୍କୁ କଚାଡ଼ି ମାରି ଦେଇ ଜଙ୍ଗଲକୁ ପଳାଇଥିଲା। ଘର ଲୋକେ ଖବର ପାଇ ଗଲା ବେଳକୁ ମହିଳା ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଜଙ୍ଗଲ ବିଭାଗର କୌଣସି ପଦାଧିକାରୀ ପହଂଚି ପାରି ନ ଥିବା ଜଣା ପଡ଼ିଛି। ବାରମ୍ବାର ଏ ଅଂଚଳରେ ହାତୀ ମଣିଷ ଭିତରେ ଲଢ଼େଇ ହୋଇ ବହୁ ଜୀବନ ଅକାଳରେ ଝରି ପଡ଼ୁଛି। ମୃତ ମହିଳାଙ୍କର ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସୂଚନାଯୋଗ୍ୟ, ଗତ ଛଅ ବର୍ଷରେ ସାତ ଜଣଙ୍କ ଜୀବନ ଗଲାଣି।