ଟିକିରା ନଦୀରେ ବୁଡ଼ି ମହିଳା ମୃତ

Published: Nov 3, 2022, 9:06 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକଟିଦେଉଳ ଥାନା ବାଟଗାଁ ଗ୍ରାମରେ ଜଣେ ମହିଳା ନିଜ ସ୍ବାମୀଙ୍କ ପାଖକୁ ଭାତ ନେଇ ଯାଉଥିବା ବେଳେ ଟିକିରା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି।

ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଉମା ମୁଖୀ (୬୦) ସ୍ବାମୀ ଗାଈ ଚରାଉଥିବା ଟିକିରା ନଦୀର ଅପରପାର୍ଶ୍ବକୁ ନଦୀ ପାର ହୋଇ ଭାତ ଧରି ଯାଉଥିବା ବେଳେ ନଦୀରେ ବୁଡ଼ି ପ୍ରାଣ ହରାଇଥିଲେ। ଗତ କାଲି ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମହିଳାଙ୍କୁ ପାଇ ନ ଥିଲେ। ଆଜି ମୃତକ ମହିଳାଙ୍କୁ ଟିକିରା ନଦୀରୁ ଉଦ୍ଧାର କରାଯାଇଥିଲା।  ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା ଜଣା ପଡ଼ିଛି।

Related posts