ପୁଣି ହାତୀ ନେଲା ଆଉ ଏକ ଜୀବନ

Published: May 29, 2020, 8:48 am IST

କନ୍ଦର୍ପ ବେହେରା

ରେଢାଖୋଲ : ଏଇ କିଛି ଦିନ ତଳେ ବାଟଗାଁ ପଂଚାୟତର ଭେଟିଆବେନିରେ ଜଣେ ମହିଳାକୁ ହାତୀ ମାରି ଦେଇଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଆଉ ଜଣେ ମହିଳାକୁ ସକାଳେ ହାତୀ ମାରି ଦେଇଥିବା ଖବର ହସ୍ତଗତ ହୋଇଛି ।

ପ୍ରକାଶ ଯେ ନାକ୍ଟିଦେଉଳ ରେଞ୍ଜର ବାଟଗାଁ ପଂଚାୟତ ହିନ୍ତସରା ଗ୍ରାମର ପ୍ରମିଳା ଦେହୁରୀ(୬୨)ଙ୍କୁ ହାତୀ ଦଳି ଦେଇଛି। ମୃତ ମହିଳା ଜଣଙ୍କ ନିଜ ଜମିକୁ କୌଣସି କାମରେ ସକାଳ ୫ଟାରେ ଯାଇଥିଲେ। ସେଇ ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ମହିଳା ଜଣଙ୍କୁ କଚାଡ଼ି ମାରି ଦେଇ ଜଙ୍ଗଲକୁ ପଳାଇଥିଲା। ଘର ଲୋକେ ଖବର ପାଇ ଗଲା ବେଳକୁ ମହିଳା ଜଣଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଜଙ୍ଗଲ ବିଭାଗର କୌଣସି ପଦାଧିକାରୀ ପହଂଚି ପାରି ନ ଥିବା ଜଣା ପଡ଼ିଛି। ବାରମ୍ବାର ଏ ଅଂଚଳରେ ହାତୀ ମଣିଷ ଭିତରେ ଲଢ଼େଇ ହୋଇ ବହୁ ଜୀବନ ଅକାଳରେ ଝରି ପଡ଼ୁଛି। ମୃତ ମହିଳାଙ୍କର ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସୂଚନାଯୋଗ୍ୟ, ଗତ ଛଅ ବର୍ଷରେ ସାତ ଜଣଙ୍କ ଜୀବନ ଗଲାଣି।

Related posts