କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାର ୭୩୮ ଆକ୍ରାନ୍ତ ଚିହ୍ନଟ

Published: Feb 25, 2021, 10:43 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୭୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୪୬ ହଜାର ୯୧୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୭୦୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୩୮ ହଜାର ୫୦୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୧ ହଜାର ୭୦୮ ଆକ୍ଟିଭ୍‌ କେସ୍ ରହିଛି।

Related posts