ରାଜ୍ୟ ସରକାରଙ୍କ ଅପରାଗତ ଯୋଗୁଁ ମୟୁରଭଂଜ ଜିଲ୍ଲାର ଡେଣୁଆଁ ଗାଁ ଝାଡଖଣ୍ଡ ଅକ୍ତିଆର କରିଛି, ବିଜେପି

Published: Feb 25, 2021, 8:53 pm IST

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଓଡିଶାର ସୀମାବର୍ତ୍ତୀ ଅଂଚଳଗୁଡିକୁ ପଡୋଶୀ ରାଜ୍ୟମାନେ ଅକ୍ତିଆର କରିବାକୁ ଲାଗିଛନ୍ତି। କୋରାପୁଟ ଜିଲ୍ଲାର କୋଟିଆ ପରି ମୟରୁଭଂଜ ଜିଲ୍ଲାର ରରୁଆ ବ୍ଲକ ଡେଣୁଆଁ ଗାଁର ବାସିନ୍ଦାଙ୍କୁ ଝାଡଖଣ୍ଡ ରାଜ୍ୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି। ସୀମାବର୍ତ୍ତୀ ଅଂଚଳକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାଁନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଓଡିଶା ଝାଡଖଣ୍ଡ ସୀମାବର୍ତ୍ତୀ ଡେଣୁଆଁ ଗାଁ ଗସ୍ତକରିବା ସମୟରେ ଅଭିଯୋଗ କରିଛନ୍ତି। ଝାଡଖଣ୍ଡ ପାଇଁ ଓକିଲାତି କରୁଥିବା ଲୋକ ଏବେ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଅଛନ୍ତି।  ତାଙ୍କ ଜିଲ୍ଲାର ଗାଁକୁ ପଡୋଶୀ ରାଜ୍ୟ ଅକ୍ତିଆର କରିବାକୁ ବସିଥିବା ବେଳେ ରାଜସ୍ୱ ମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଡେଣୁଆ ଗାଁ ଲୋକଙ୍କ ସହ ଶ୍ରୀ ମହାନ୍ତି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭାବାଗତ ଦୃଷ୍ଟିରୁ ଆମେ ସମସ୍ତେ ଏକ। ରାଜ୍ୟ ସରକାର ତୁରନ୍ତ ସୀମା ବିବାଦକୁ ସମାଧାନ କରିବା ସହ ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ବିକାଶ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଏହି ପ୍ରତିନିଧୀ ଦଳରେ ସାଂସଦ ତଥା ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ବିଧାୟକ ପ୍ରକାଶ ସୋରନେ, ନବ ମାଝୀ, ଗଣେଶ ରାମ ଖୁଂଟିଆ, ଭାସ୍କର ମଢେଇ, ବୁର୍ଦ୍ଧାନ ମୁର୍ମୁ, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Related posts