ମୋଦି ସେନା ପ୍ରସଙ୍ଗ : ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

Published: Apr 4, 2019, 10:46 am IST
ec notice to yogi adityanath on modi's sena issue

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ନୋଟିସ ଜାରି କରାଯାଇଛି। ଏକ ନିର୍ବାଚନୀ ରାଲିରେ ଭାରତୀୟ ସେନାକୁ ମୋଦିଜୀଙ୍କ ସେନା ବୋଲି ସମ୍ବୋଧନ କରିବା ପରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିଲେ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍‌ ଏଲ୍‌ ରାମଦାସ। ଏହି ଅଭିଯୋଗ ଅନୁଯାୟୀ ଯୋଗୀଙ୍କୁ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଯୋଗୀଙ୍କୁ ନିଜର ଉତ୍ତର ରଖିବା ନିମନ୍ତେ ନିର୍ଦ୍ଦେଷ ଦେଇଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ, କଂଗ୍ରେସ ଲୋକ ମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। ମାତ୍ର ମୋଦିଙ୍କ ସେନା ଆତଙ୍କୀଙ୍କୁ ଗୁଳି ଏବଂ ବୋମା ଦେଉଛନ୍ତି। ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିବା ନେଇ ପୂର୍ବତନ ନୌସେନା ମୁଖ୍ୟ ନିଜର ଅସନ୍ତୋଷ ଜାହିର କରିବା ସହିତ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅଭିଯୋଗ ବାଢିଥିଲେ। ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆଦେଶ ଦେଇଥିବା ବେଳେ ଗାଜିଆବାଦ ଜିଲ୍ଲା ମୁଖ୍ୟଙ୍କ ଠାରୁ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related posts