Categories
ଆଜିର ଖବର ଜାତୀୟ ଖବର

ଯୋଗୀ ଆଦିତ୍ୟନାଥଙ୍କ ଘରକୁ ବୋମାରେ ଉଡାଇବାକୁ ଧମକ : ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ଜଣଙ୍କୁ ଗିରଫ କରାଯାଇଛି । ବୋମା ପକାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଉଡାଇଦେବା ପାଇଁ ଧମକ ମିଳିଥିଲା । ଏକ ଅଜଣା କଲ୍‌ ଜରିଆରେ ଏହି ଧମକ ମିଳିଥିଲା । କଲ୍‌ ସେଣ୍ଟରକୁ ଫୋନ୍‌ କରାଯାଇ ଏହି ଧମକ ମିଳିବା ପରେ 5 କାଳିଦାସ ମାର୍ଗରେ ରହିଥିବା ଯୋଗୀଙ୍କ ଘରର ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ଏକ ମାମଲା ରୁଜୁ କରାଯାଇଥିଲା ।

ମେ 22 ତାରିଖରେ ଲକ୍ଷ୍ନୌ ପୋଲିସ୍‌ ହେଡକ୍ବାର୍ଟରକୁ ଫୋନ୍‌ କରି ଧମକ ଦେଇଥିବା ଅଭିଯୋଗରେ ଉତ୍ତରପ୍ରଦଦେଶ ପୋଲିସ୍‌ କମ୍‌ରାନ୍‌ ନାମକ ଜନୈକ ଯୁବକଙ୍କୁ ଗିରଫ କରିଛି । ଏହି 20 ବର୍ଷୀୟ ଯୁବକକୁ ଉତ୍ତର ପ୍ରଦେଶ ପୋଲିସ ମହାରାଷ୍ଟ୍ରର ନାସିକରୁ ଗିରଫ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ପ୍ରଭାବ : 2021 ଜନଗଣନା ସ୍ଥଗିତ ରଖିଲେ ଯୋଗୀ ସରକାର

ଲକ୍ଷ୍ନୌ : ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍‌ଡାଉନ୍‌ ରହିଥିବା ବେଳେ 2021ର ଜନଗଣନା ବା ଏନ୍‌ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ କରୋନା ମହାମାରୀ ପ୍ରକୋପରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ତେଣୁ ବର୍ତ୍ତମାନର ସମୟରେ ଏନ୍‌ପିଆର ସମ୍ଭବ ନୁହେଁ ବୋଲି ମତଦେବା ସହିତ 2021 ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ 85940 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2752 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ହଣ୍ଡଓ୍ବାରା ଶହୀଦଙ୍କ ପାଇଁ 50 ଲକ୍ଷର ସହାୟତା ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ : ଜମ୍ମୁ କାଶ୍ମୀରର ହଣ୍ଡଓ୍ବାରାରେ ଶହୀଦଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିହତ ରାଷ୍ଟ୍ରୀୟ ରାଇଫଲ୍‌ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମାଙ୍କ ପାଇଁ ଯୋଗୀ ଏହି ସହୟତା ରାଶି ଘୋଷଣା କରିଛନ୍ତି । ସହକାରୀ ମୁଖ୍ୟ ସଚି ଅବିନାଶ ଅଓ୍ବସ୍ଥି ଏହି ସହାୟତା ସମ୍ପର୍କରେ ଘୋଷଣା କରିବା ସହିତ ଶର୍ମାଙ୍କ ପତ୍ନୀଙ୍କୁ 40 ଲକ୍ଷ ଟଙ୍କା ଏବଂ ପରିବାରକୁ 10 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ ରାଇଫଲ୍‌ସ କମାଣ୍ଡର କଲୋନେଲ ଆଶୁତୋଷ ଶର୍ମା ବୁଲନ୍ଦସହରର ସ୍ୟାନା ସହରର ବାସିନ୍ଦା ଅଟନ୍ତି । ଏହା ସହିତ ଶହୀଦଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଶୁତୋଷ ଶର୍ମାଙ୍କ ସ୍ମୃତିରେ ଏକ ଗୌରବ ଦ୍ବାର ନିର୍ମାଣ କରାଯିବା ନେଇ ମଧ୍ୟ ଯୋଗୀ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଯୋଗୀଙ୍କ ପଦକ୍ଷେପକୁ ନୀତିଶଙ୍କ ସମାଲୋଚନା

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି । ରାଜସ୍ଥାନର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଆଦିତ୍ୟନାଥ 100ଟି ବସ୍‌ ପଠାଇଥିଲେ । ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଆଦିତ୍ୟନାଥ ଏପରି ନିୟମ ଭଙ୍ଗ କରିବା ଆଦୌ ସମିଚୀନ ନୁହେଁ ବୋଲି ନୀତିଶ କୁମାର ପ୍ରକାଶ କରିଛନ୍ତି । ଯଦି ଦିନ ମଜୁରିଆଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ସରକାର ଲକ୍‌ଡାଉନ୍‌ ନିୟମକୁ କଡାକଡି ପାଳନ କରୁଛନ୍ତି ତେବେ ଛାତ୍ର ଛାତ୍ରୀଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି ବୋଲି ନୀତିଶ ପ୍ରଶ୍ନ କରିଛନ୍ତି । ଯୋଗୀଙ୍କ ଏହି ପଦକ୍ଷେପ ଦେଶବ୍ୟାପୀ କରୋନା ଭାଇରସ୍‌ ବ୍ୟାପିବାର କାରଣ ହୋଇପାରେ ବୋଲି ନୀତିଶ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କୋଟାରୁ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍‌ ପଠାଇଲେ ଆଦିତ୍ୟନାଥ

ଲକ୍ଷ୍ନୌ : ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋଟାରେ ଅଟକି ରହିଥିବା 8 ହଜାର ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ 100ଟି ବସ୍‌ ପଠାଯାଇଛି । ସମସ୍ତ ବସକୁ ସାନିଟାଇଜ୍‌ କରାଯିବା ପରେ କୋଟା ନିମନ୍ତେ ପଠାଯାଇଛି । ୟୁପି ରୋଡଓ୍ବେଜ୍‌ର ଏହି ବସ୍‌ ଗୁଡିକ ରାଜସ୍ଥାନ ଯାଇ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ବସ୍‌ରେ ଦୁଇ ଜଣ ଲେଖାଏଁ ପୋଲିସ୍‌ କର୍ମଚାରୀ ଉପସ୍ଥିତ ରହିବେ । ବସ୍‌ ଯାତ୍ରା ନେଇ ଜଲାଉଁ ଏବଂ ଝାନ୍ସୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଗ୍ରାରୁ କୋଟା ନିମନ୍ତେ ବସ୍‌ ଗୁଡିକ ଯାତ୍ରା ଆରମ୍ଭ କରିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଯୋଗୀ ସରକାରଙ୍କ ବଡ ଘୋଷଣା : 11 ପ୍ରକାର ଶିଳ୍ପ ଉଦ୍ୟୋଗକୁ ଚଳାଇବା ପାଇଁ ଅନୁମତି ଦେଲେ

ଉତ୍ତରପ୍ରଦେଶ : କରୋନା ସଂକଟ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ବଡ ପଦକ୍ଷେପ ଉଠାଇଛନ୍ତି। ପ୍ରଦେଶର ସରକାର ଆବଶ୍ୟକ ସେବାଗୁଡିକ ସହିତ 11 ଟି ଶିଳ୍ପକୁ ସସର୍ତ୍ତ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ସେହି ଶିଳ୍ପୋଦ୍ୟୋଗଗୁଡିକ ମଧ୍ୟରେ ରହିଛି ଷ୍ଟିଲ୍‌, ରିଫାଇନାରୀ, ସିମେଣ୍ଟ, ରସାୟନ, ଉର୍ବରକ, ବସ୍ତ୍ର ଶିଳ୍ପ (କେବଳ ପରିଧାନକୁ ଛାଡି) ପେପର୍‌, ଟାୟର୍‌, ଚିନି ମିଲ୍‌କୁ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ସାଧାରଣ ପ୍ରଭାବଶାଳୀ ଚିକିତ୍ସା କାରଖାନାକୁ ମଧ୍ୟ ଅନୁମତି ମିଳିଛି ।

ପ୍ରଥମ ପର୍ଯ୍ୟାୟରେ 50 ପ୍ରତିଶତ ଶ୍ରମିକ ସହିତ ୟୁନିଟ୍‌ ଚଳାଇବାକୁ ଅନୁମତି ଦିଆଯାଇଛି । ସେହିପରି ହଟସ୍ପଟ୍‌ ଅଞ୍ଚଳରେ ୟୁନିଟ୍‌ ଚଳାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ସେହିପରି ଶିଳ୍ପଉଦ୍ୟୋଗଗୁଡିକୁ ଗାଇଡ୍‌ଲାଇନ ଅନୁସାରେ ସାନିଟାଇଜେସନ୍‌ କରାଯିବ । ଶ୍ରମିକଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରାଯିବ । ୟୁନିଟ୍‌ ଗୁଡିକରେ ସାନିଟାଇଜର୍‌, ମାସ୍କ ଓ ପାଣିର ପୂରା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପ୍ରଶାସନ ଓ ଚିକିତ୍ସା ବିଭାଗ ଦ୍ବାରା ଶିଳ୍ପ ଉଦ୍ୟୋଗଗୁଡିକ ଗାଇଡ୍‌ ଲାଇନ୍‌କୁ ଠିକ୍‌ ରୂପେ ପାଳନ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବ । ସେହିପରି କୌଣସି ବି କର୍ମଚାରୀଙ୍କ ନିକଟରେ କିଛି ସଂକ୍ରମଣର ସୂଚନା ମିଳିବ, ତେବେ ଜିଲ୍ଲା ପ୍ରଶାସନକୁ ଏନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ସହ ମୁକାବିଲା କରିବା ପାଇଁ ଭାରତରେ ଲକ୍‌ ଡାଉନ୍‌ର ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ ଦେଶର ଆର୍ଥିକ ବ୍ୟବସ୍ଥା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇ କିଛି ସେକ୍ଟରରେ ଏହାକୁ କିଛି ପରିମାଣର ରିହାତି ଦିଆଯାଇଛି । ତେବେ ଏହି ସବୁ କଟକଣାରୁ ଏପ୍ରିଲ୍‌ 20 ତାରିଖରେ ପରେ ରିହାତି ଦିଆଯିବା ନେଇ ସୂଚନା ରହିଛି । ସେହିପରି ମଦ ବିକ୍ରି ଉପରେ ୟୁପି ସରକାର ଚିନ୍ତା କରୁଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କଲେ ଯୋଗୀ ସରକାର

ଲକ୍ଷ୍ନୌ : ବଲିଉଡ ସିଙ୍ଗର କନିକା କପୁରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ଯୋଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି । କନିକା ଲଣ୍ଡନ ଯାଇଥିଲେ ମଧ୍ୟ ନିଜର ଯାତ୍ରା ସମ୍ପର୍କରେ ଲୁଚାଇଥିଲେ । ଏପରିକି ଶତାଧିକ ବ୍ୟକ୍ତିଙ୍କ ସହିତ ପାର୍ଟିରେ ଯୋଗ ଦେବା ସହିତ ତାଜ ହୋଟେଲର 602 ନମ୍ବର ରୁମ୍‌ରେ ଅବସ୍ଥାନ କରିଥିଲେ । କନିକାଙ୍କ ସହିତ ଏହି ପାର୍ଟିରେ ଏକାଧିକ ବଲକିଉଡ୍‌ ସେଲିବ୍ରିଟି ଏବଂ ରାଜନେତା ଯୋଗ ଦେଇଥିଲେ । ଯୋଗୀଙ୍କ ଅନୁମତି ପରେ କନିକାଙ୍କ ବିରୋଧରେ ଆଇପିସିର ଧାରା 188, 269 ଏବଂ 270 ଅନୁଯାୟୀ ମାମଲା ରୁଜୁ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ 2500 ଟଙ୍କାର ଭତ୍ତା ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ : ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭତ୍ତାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ପାଇଁ ଭତ୍ତା ନିମନ୍ତେ ଘୋଷଣା କରିଛନ୍ତି । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଗୋରଖପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗୀ ଏହି ଘୋଷଣା କରିଛନ୍ତି । ରାଜ୍ୟରେ ରହିଥିବା ବିଭିନ୍ନ ବୈଷୟିକ କଲେଜରେ ଇଣ୍ଟର୍ନସିପ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ଏହି ବେତନ ପ୍ରଦାନ କରାଯିବ । ଏହି ଭତ୍ତାରୁ 1000 ଟଙ୍କା ରାଜ୍ୟ ସରକାର ଏବଂ 1500 ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହା ସହିତ ଆଗାମୀ ଦିନରେ ଉତ୍ତର ପ୍ରଦେଶ ପୋଲିସ୍‌ରେ 20 ପ୍ରତିଶତ ମହିଳାଙ୍କୁ ସାମିଲ କରାଯିବ ବୋଲି ଯୋଗୀ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଯୋଗୀଙ୍କୁ ଇସିଙ୍କ ଝଟ୍‌କା : ବିବାଦୀୟ ଭାଷଣ ପାଇଁ ମିଳିଲା ନୋଟିସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ 2020 ପାଇଁ ନିର୍ବାଚନ ପ୍ରଚାର ଶେଷ ହୋଇସାରିଛି। ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନୋଟିସ୍‌ ଜାରି କରିଛନ୍ତି । ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫେବୃଆରୀ 1 ତାରିଖରେ କରାଓ୍ବଲ୍‌ ନଗରରେ ଦେଇଥିବା ବିବାଦୀୟ ଭାଷଣ ପାଇଁ ନୋଟିସ୍‌ ପଠାଇଛନ୍ତି । ନିର୍ବାଚନ ଆୟୋଗ ଏନେଇ ଆସନ୍ତା ଫେବୃଆରୀ ସାତ ତାରିଖ ସନ୍ଧ୍ୟା 5ଟା ସୁଦ୍ଧା ଜବାବ ମାଗିଛନ୍ତି ।

ସୂଚନାଯାେଗ୍ୟ, ଯୋଗୀ ଆଦିତ୍ୟନାଥ କରାଓ୍ବଲ ନଗରରେ ଭାଷଣ ଦେଇ କହିଥିଲେ, ଯେ ଅରବିନ୍ଦ କେଜରୀଓ୍ବାଲା ଶାହିନ୍‌ବାଗ୍‌ ପ୍ରତିବାଦକାରୀଙ୍କୁ ବିରିଆନୀ ଖୁଆଉଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

“ଆଜାଦୀ” ଶବ୍ଦକୁ ନେଇ ଆଦିତ୍ୟନାଥ ଓ ରାମଦେବ ଏତେ ଭୟାତୁର କାହିଁକି?

କେଦାର ମିଶ୍ର

ହଠାତ ଏକ ସ୍ଵାଧୀନ ଦେଶରେ “ସ୍ଵାଧୀନତା” ଶବ୍ଦକୁ ନେଇ କିଛି ଲୋକ ବଡ ଚିନ୍ତିତ ଜଣାପଡ଼ୁଛନ୍ତି। କେବଳ ଚିନ୍ତିତ ନୁହନ୍ତି, ସ୍ଵାଧୀନତା ବା ଆଜାଦୀ ଶବ୍ଦକୁ ନେଇ ସେମାନେ ଭୟାତୁର ହୋଇ ପଡୁଥିବାର ଆମେ ଦେଖୁଛୁ। ଏହି ଚିନ୍ତିତ ଓ ଭୟାତୁର ଲୋକଙ୍କ ଭିତରେ ଦୁଇଜଣ ବାବାଜୀ ସର୍ବାଗ୍ରେ ରହିଛନ୍ତି। ଜଣେ ହେଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଆର ଜଣକ କର୍ପୋରେଟ ସନ୍ୟାସୀ ବାବା ରାମଦେବ। ଭାରତୀୟ ଆଶ୍ରମ ବ୍ୟବସ୍ଥାରେ ସନ୍ୟାସକୁ ଚରମ ମୁକ୍ତିର ସୋପାନ ବୋଲି କୁହା ଯାଇଥାଏ। ଏ ଦୁଇ ସନ୍ୟାସୀ ମୁକ୍ତି, ସ୍ଵାଧୀନତା ଓ ଆଜାଦୀ ଶବ୍ଦକୁ ନେଇ ଏତେ ଡରୁଛନ୍ତି କାହିଁକି? ବର୍ତ୍ତମାନ ଦେଶରେ ମାସେରୁ ଅଧିକ କାଳ ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ସାମ୍ନା କରିବାରେ ଅକ୍ଷମ ଓ ଲୋକଙ୍କୁ ଏହି ଆଇନର ସାମ୍ବିଧାନିକତା ବୁଝାଇବାରେ ବିଫଳ ହେବା ପରେ, ଏହାର ବିରୋଧୀଙ୍କୁ “ଦେଶଦ୍ରୋହୀ” ବୋଲି ଦେଖାଇବାର ପ୍ରୟାସ ବିଜେପି ଆରମ୍ଭ କରିଛି। ଏହି ଦୁଇ ବାବାଜୀ ସେହି ପ୍ରୟାସର ପ୍ରୟୋଗ କରୁଛନ୍ତି।

ସେମାନଙ୍କ ପାଇଁ ଆନ୍ଦୋଳନକାରୀ ଓ ପ୍ରତିବାଦକାରୀମାନେ ଯେଉଁ ସ୍ଲୋଗାନ ଦେଉଛନ୍ତି, ତାହା ଦେଶଦ୍ରୋହ ବୋଲି କହିବାର ହାସ୍ୟାସ୍ପଦ ଉଦ୍ୟମ ଚାଲିଛି। ବିଭିନ୍ନ ପ୍ରତିବାଦ ସଭାରେ ଏ ଦେଶର ସଚେତନ ନାଗରିକ ଓ ଛାତ୍ରଛାତ୍ରୀମାନେ “ଆଜାଦୀ” ସ୍ଲୋଗାନ ଦେଉଛନ୍ତି। ସ୍ଲୋଗାନର ମୋଟାମୋଟି ମର୍ମ ହେଲା- ଆମକୁ ଭେଦଭାବ, ମନୁ ବାଦ, ଅବିଚାର, ବୈଷମ୍ୟ, ଶୋଷଣ ଓ ଦାରିଦ୍ର୍ୟରୁ ମୁକ୍ତି ଦରକାର। ଗୋଟେ ସଭ୍ୟ ସମାଜ ସବୁବେଳେ ଏହି ମୁକ୍ତିର କାମନା କରିଥାଏ। ହେଲେ ଆଜିର ଶାସକ ଦଳ ଭାବୁଛି, ସ୍ଵାଧୀନତା ର ସ୍ଲୋଗାନ ଦେବା ଦେଶଦ୍ରୋହ। ହେଲେ କାହିଁକି? ବିଜେପି ସ୍ବାଧିନତାକୁ ନେଇ ଏତେ ଚିନ୍ତିତ ହେବାର କାରଣ କଣ? ବିଜେପିର ସମର୍ଥକମାନେ ବଡ ନିରୀହ ଭାବରେ ଯୁକ୍ତି କରୁଛନ୍ତି, ଆମେ ତ ୧୫, ଅଗଷ୍ଟ, ୧୯୪୭ରେ ସ୍ଵାଧୀନତା ପାଇ ସାରିଛୁ। ପୁଣି କାହାଠୁ ସ୍ଵାଧୀନତା ପାଇବାକୁ ଏ ସ୍ଲୋଗାନ? ଏ ପ୍ରଶ୍ନର ଉତ୍ତର ଆଉ କେଉଁଠି ନୁହଁ ଆମ ସମ୍ବିଧାନର ମୁଖବନ୍ଧରେ ରହିଛି। ହେଲେ ସମ୍ବିଧାନର ଶପଥ ନେଇଥିବା ଆଦିତ୍ୟନାଥ ଏକଥା ପଢିବା ବା ବୁଝିବା ଅବସ୍ଥାରେ ନାହାନ୍ତି।

ସ୍ଵାଧୀନତା ହାସଲ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସ୍ବାଧିନତାକୁ ବଞ୍ଚାଇ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ଆମ ସମ୍ବିଧାନରେ ଆମେ ଚାରୋଟି ଗ୍ୟାରେଣ୍ଟି ଆମ ନିଜକୁ ଦେଇଛୁ-  “ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର,ଅଭିବ୍ୟକ୍ତି, ଆସ୍ଥା ଓ ଧାର୍ମିକ ଉପଚାରର ସ୍ଵାଧୀନତା, ମର୍ୟାଦା ଓ ସୁଯୋଗର ସମାନତା ତଥା ସାମାଜିକ ସଦଭାବନା”। ଲିବର୍ଟି ବା ସ୍ଵାଧୀନତା ସମ୍ବିଧାନ ପ୍ରଦତ୍ତ ଏକ ଅଧିକାର। ଏହା କାହାର ଦୟା ବା ଦାନ ନୁହେଁ। ତେଣୁ କେହି ଯଦି ସ୍ବାଧିନତାର ସ୍ଲୋଗାନ ଦେଉଛି, ସେ ସମ୍ବିଧାନ ଦେଇଥିବା ଅଧିକାରର କଥା ହିଁ କହୁଛି। କୌଣସି ଛାତ୍ରଛାତ୍ରୀ, ଆନ୍ଦୋଳନକାରୀ ବା ପ୍ରତିବାଦକାରୀ ଦେଶରୁ ସ୍ଵାଧୀନ ହେବାର କଥା ତ କହୁନାହାନ୍ତି, ସେମାନେ ଦେଶରେ ସ୍ଵାଧୀନ ଭାବରେ ବଞ୍ଚିବାର ସଂଘର୍ଷ କରୁଛନ୍ତି। ସେଥିରେ ଆଦିତ୍ୟନାଥ ବା ରାମଦେବଙ୍କୁ ଏତେ ଭୟ କରିବାର କାରଣ କଣ? ଭେଦଭାବ, ମନୁ ବାଦ, ଅବିଚାର, ବୈଷମ୍ୟ, ଶୋଷଣ ଓ ଦାରିଦ୍ର୍ୟରୁ ମୁକ୍ତି କଣ ଦେଶଦ୍ରୋହ? ଏହି ସବୁ କୁବ୍ୟବସ୍ଥାକୁ ବିଜେପିକୁ ସମର୍ଥନ କରୁଛି କି? ଏଥିରୁ ମୁକ୍ତି ବା ଆଜାଦୀ ନ ମିଳୁ ବୋଲି କିଏ ବା ଚାହୁଁଛି କାହିଁକି?

ଗୋଟେ ପକ୍ଷରେ ଆଜାଦୀ ବିରୋଧରେ ଆଦିତ୍ୟନାଥ ପ୍ରବଳ କ୍ରୋଧରେ ଥିବା ବେଳେ, ନିଜେ ନିଜର ଭାଷଣରେ ଘୃଣା ଓ ପ୍ରତିଶୋଧର ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ଧର୍ମ ଆଧାରରେ ଲୋକଙ୍କୁ ଭାଗ ଭାଗ କରିବା ସହିତ ସରକାରୀ ବିଚାରକୁ ବିରୋଧ କରୁଥିବା ଲୋକଙ୍କୁ ସ୍ପଷ୍ଟ ଧମକ ଦେଉଛନ୍ତି। କୌଣସି ଗଣତାନ୍ତ୍ରିକ ଦେଶରେ ସମ୍ବିଧାନର ଶପଥ ନେଇଥିବା ପଦାଧିକାରୀ ସ୍ଵାଧୀନତା ବିରୋଧରେ ଏ ପ୍ରକାର ମନ୍ତବ୍ୟ ଦେବା ଇତିହାସ ଦୃଷ୍ଟିରୁ ପ୍ରଥମ। ଯେଉଁମାନେ ଆଜାଦୀର ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ବିରୋଧରେ “ଦେଶଦ୍ରୋହ” ମାମଲା କରାଯିବ ବୋଲି ଆଦିତ୍ୟନାଥ ଧମକ ଦେବା ପଛରେ ମଧ୍ୟ ସ୍ପଷ୍ଟ ସମ୍ବିଧାନ ବିରୋଧୀ ଧାରଣା ରହିଛି। ଦେଶଦ୍ରୋହ ଆଇନ ବା ଭାରତୀୟ ପିଙ୍ଗଳ କୋଡର ର ଧାରା ୧୨୪ଏ କୌଣସି ସରକାର ହାତରେ ଖେଳଣା ନୁହେଁ। ଏହାକୁ ଅତି ଜରୁରୀ ପରିସ୍ଥିତିରେ ହିଁ ପ୍ରୟୋଗ କରାଯାଇପାରିବ ବୋଲି ସୁପ୍ରିମ କୋର୍ଟ ବାରମ୍ବାର କହିଛନ୍ତି। ବିଭିନ୍ନ ସମୟରେ ଏହି ଆଇନକୁ ଲାଗୁ କରିବା ସମୟରେ ସରକାରକୁ ସତର୍କ ରହିବାକୁ ସୁପ୍ରିମ କୋର୍ଟ କହିଛନ୍ତି। ତା ସତ୍ତ୍ୱେ ଜଣେ ମୁଖ୍ୟମନ୍ତ୍ରୀ ଏହି ଆଇନର ଧମକ ଦେଉଛନ୍ତି କାହିଁକି?

ଗୋଟେ କଥା ମାନେ ରଖିବାକୁ ପଡିବ, ପୃଥିବୀର ଅନ୍ୟତମ ପୁରୁଣା ଗଣତନ୍ତ୍ର ଭାବରେ ଆମେରିକା “ଷ୍ଟାଚ୍ୟୁ ଅଫ ଲିବର୍ଟି” ମାଧ୍ୟମରେ ସ୍ବାଧିନତାକୁ ସଭ୍ୟ ସମାଜର ସର୍ବୋଚ୍ଚ ପ୍ରାଥମିକତା ଭାବରେ ଗ୍ରହଣ କରିଛି। ଆମର ସମ୍ବିଧାନ ମଧ୍ୟ ସ୍ଵାଧୀନତା ବା ଲିବର୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି। ସେଥିରେ କୌଣସି ବ୍ୟକ୍ତି, ଦଳ ବା ସରକାର ଯଦି ଆଜାଦୀ ଶବ୍ଦକୁ ନେଇ ଆତଙ୍କିତ ହୁଅନ୍ତି, ତାହଲେ ସେମାନେ ସମ୍ବିଧାନ ବିରୋଧୀ ବୋଲି ନିଜେ ନିଜକୁ ପ୍ରମାଣିତ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସିଏଏ ସମ୍ପର୍କରେ 10 ଧାଡି କହିବା ପାଇଁ ରାହୁଲଙ୍କୁ ନାଡ୍ଡାଙ୍କ ଚ୍ୟାଲେଞ୍ଜ

ଆଗ୍ରା : ନବ ନିର୍ବାଚିତ ବିଜେପି ସଭାପତି ଜେପି ନଡ୍ଡା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଗୁରୁବାର ଆଗ୍ରାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ରାହୁଲ ନାଗରିକତ୍ବ ସଂଶୋଧନ ଆଇନ ସମ୍ପର୍କରେ 10 ଧାଡି କହିବା ପାଇଁ ଆହ୍ବାନ ଦେଇଛନ୍ତି । ଯଦି ରାହୁଲ ସିଏଏ ସମ୍ବନ୍ଧରେ 10 ଧାଡି କହିବାରେ ସକ୍ଷମ ହୁଅନ୍ତି ତେବେ ବିଜେପି ପକ୍ଷରୁ ତାଙ୍କୁ ସମର୍ଥନ କରାଯିବ ବୋଲି ନାଡ୍ଡା କହିଛନ୍ତି । କଂଗ୍ରେସ ନେତୃତ୍ବ ବର୍ତ୍ତମାନ ମାନସିକ ଦେବାଳିଆପଣର ଶିକାର ହୋଇଛି ବୋଲି ନଡ୍ଡା ପ୍ରକାଶ କରିଛନ୍ତି । ଆଗ୍ରାରେ ସିଏଏ ସମର୍ଥିତ ଏକ ସଭାରେ ନାଡ୍ଡା ରାହୁଲଙ୍କ ବିପକ୍ଷରେ ଏହି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଯୋଗ ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ନୋଏଡା-ଲକ୍ଷ୍ନୌରେ ଲାଗୁ ହେବ ପୁଲିସ୍‌ କମିଶନର ସିଷ୍ଟମ୍‌

ଉତ୍ତରପ୍ରଦେଶ : ୟୁପିର ଯୋଗୀ ସରକାର ନୋଏଡା ଓ ଲକ୍ଷ୍ନୌଠାରେ ପୁଲିସ୍‌ କମିଶନର ସିଷ୍ଟମ୍‌ ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ଲୋକଭବନଠରେ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହା ଘୋଷଣା କରିଛନ୍ତି । ଏବେ ନୋଏଡା ଓ ଲକ୍ଷ୍ନୌଠାରେ ଆଇନ୍‌ ବ୍ୟବସ୍ଥାର ଦାୟିତ୍ବ ପୁଲିସ୍‌ ଅଫିସରଙ୍କ ଉପରେ ନ୍ୟସ୍ତ ରହିବ ।  ଏବେ ପୁଲିସ୍‌ ଅଫିସରଙ୍କୁ ମାଜିଷ୍ଟ୍ରେଟ୍‌ ପାଓ୍ବାର ମଧ୍ୟ ମିଳିବ। ଏବେ କାନୁନ ବ୍ୟବସ୍ଥାର ସୁଧାର ପାଇଁ ନୋଏଡା ଏବଂ ଲକ୍ଷ୍ନୌରେ କମିଶନରେଟ୍‌ ବ୍ୟବସ୍ଥା ଆରମ୍ଭ କରାଯିବ । ନାଗରିକତା ଆଇନ୍‌ ବିରୋଧରେ ହୋଇଥିବା ହିଂସା ପରେ ଯୋଗୀ ଆଦିତ୍ୟନାଥ ଏହାକୁ ନେଇ ବିଚାର କରିଥିଲେ। ବିରୋଧ ପ୍ରଦର୍ଶନ ଅବସରର ଲକ୍ଷ୍ନୌ, ମେରଠ, ବିଜନୌର୍‌ ଓ ମୁଜାଫରପର୍‌ନଗର ସମେତ ଆଦି କିଛି ଜିଲ୍‌ଲାରେ ଡିଏମ୍‌ ଓ ଏସଏସ୍‌ପିଙ୍କ ରିପୋର୍ଟ ତାଳମେଳ ରହିନଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯୋଗୀ ସରକାର କମିଶନର ପ୍ରଣାଳୀକୁ ଲାଗୁ କରିବା ନେଇ ଚିନ୍ତା କରିଛନ୍ତି।  ସହରରେ ତିନି ଜୋନ୍‌ରେ ଭାଗ ହୋଇ ଡିଏସ୍‌ପି ପଦର ଦାୟିତ୍ବ ଦିଆଯିବ ।  ତେବେ ଲକ୍ଷ୍ନୌରେ ଏଡିଜି ଅସୀମ ଅରୁଣ ଏବଂ ନୋଏଡାରେ ଆଲୋକ ସିଂହ ପ୍ରଥମ ପୋଲିସ କମିଶନର ହୋଇ ପାରନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ଯୋଗୀ ସରକାର ଘୋଷଣା କରିବେ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କନୌଜଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨୦ ମୃତ, ୨୧ ଆହତ, ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀ

କନୌଜ : ଉତ୍ତରପ୍ରଦେଶ କନୌଜଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୧ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଯାତ୍ରୀବସ କନୌଜର ଗୁରସହାୟଗଞ୍ଜ ଠାରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଏହି ଘଟଣା ଘଟିବା ପରେ ବସ ଜଳିବାକୁ ଲାଗିଥିଲା । ଏହି ବସରେ ପାଖାପାଖି ୪୩ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିବା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିରୋଧ ପ୍ରଦର୍ଶନକାରୀଙ୍କୁ ଚକିତ କରିଛନ୍ତି ସରକାର : ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ, 28/12 : ବିରୋଧ ପ୍ରଦର୍ଶନ ସମୟରେ ହିଂସା ପ୍ରଦର୍ଶନକାରୀଙ୍କ ବିରୋଧରେ ଉତ୍ତର ପ୍ରଦେଶ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସଠିକ୍‌ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ହିଂସା ପ୍ରଦର୍ଶନକାରୀଙ୍କୁ ଚକିତ କରିଛି ବୋଲି ଯୋଗୀ ପ୍ରକାଶ କରିଛନ୍ତି । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ପ୍ରତ୍ୟୋକ ଭିଡ ହିଂସାକାରୀ ଚକିତ ହୋଇଯାଇଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶାନ୍ତି ଫେରାଇବାରେ ସହାୟକ ହୋଇଛି ବୋଲି ଯୋଗୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିଥିବା ହିଂସାକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି କ୍ଷତି ଭରଣା କରିବାର ନିଷ୍ପତ୍ତି ନେଇଥିଲେ ଯୋଗୀ ସରକାର । ଶୁକ୍ରବାର ଯୋଗୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସୋସିଆଲ ମିଡିଆରେ ଟ୍ବିଟ୍ଟର ବ୍ୟବହାରକାରୀ ପ୍ରଶଂସା କରିଛନ୍ତି ।

Categories
ଆଜିର ଖବର

ବାଜପେୟୀଙ୍କ 25 ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ଲକ୍ଷ୍ନୌ,25/12 : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରରେ ଲକ୍ଷ୍ନୌରେ ମୋଦି ଏହି ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ବାଜପେୟୀଙ୍କ ଜନ୍ମଜୟନ୍ତୀ ପାଇଁ ଲକ୍ଷ୍ନୌରେ ତିନି ଦିନିଆ ଉତ୍ସବ ପାଳନ ହୋଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ମୋଦି ଏହି ଉଦ୍‌ଘାଟନ କରିଛନ୍ତି । ଏହା ସହିତ ଅଟଳ ବିହାରୀ ବାଜପେୟୀ ମେଡିକାଲ ବିଶ୍ବବିଦ୍ୟାଳୟ ନିମନ୍ତେ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । (ଏଜେନ୍ସୀ)

Categories
ଆଜିର ଖବର

ରାଉରକେଲାରେ ଯୋଗୀ : ନୂଆ ଓଡ଼ିଶା ପାଇଁ ଡବଲ୍‌ ଇଂଜିନ୍‌ ସରକାର ଦରକାର

ଆଜି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଠାରେ ଉଭୟ କଂଗ୍ରେସ ଓ ବିଜେଡ଼ି ଉପରେ ବର୍ଷିବା ସହିତ ବିଜେପିକୁ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି। ଏକ ଭାରତ ଶ୍ରେଷ୍ଠ ଭାରତ କରିବା ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ହେବା ଉଚିତ। ମୋଦୀ କରିକି ଦେଖାଇଛନ୍ତି ଯାହା ବିଜେଡି, କଂଗ୍ରେସ ପାଇଁ ଅସମ୍ଭବ ଥିଲା। ଓଡ଼ିଶାରେ ବିଜେଡି ସରକାର ଅନେକ ଦୁର୍ନୀତିରେ ଲିପ୍ତ ରହିଛି। ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି। ସେହିପରି କଂଗ୍ରେସକୁ ଟାର୍ଗେଟ୍‌ କରି କଂଗ୍ରେସ ସମୟରେ ଦେଶ ପ୍ରତି ବିପଦ ମାଡ଼ି ଆସିଛି ବୋଲି କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଓଡ଼ିଶାର ବିକାଶ ସହିତ ଏକ ନୂଆ ଓଡ଼ିଶା ଗଠନ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିଥିଲେ। ମୋଦି ସରକାରଙ୍କ କାର୍ଯ୍ୟାବଳୀକୁ ବର୍ଣ୍ଣନା କରି ଗୁଣଗାନ କରିବା ସହିତ  ମୋଦୀଙ୍କ ପାଇଁ ଓଡ଼ିଶାରେ ସ୍ମାର୍ଟ ସିଟି ହୋଇପାରିଛି ବୋଲି ସେ କହିଛନ୍ତି। ସେହିପରି ଚିଟ୍‌ଫଣ୍ଡ୍‌ ଠାରୁ ଆରମ୍ଭ କରି ଶୌଚାଳୟ ଏବଂ ଅନେକ ଦୁର୍ନୀତିରେ ବିଜେଡ଼ି ସରକାର ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଦିଲ୍ଲୀ ଏବଂ ଓଡ଼ିଶାରେ ଏକାସାଙ୍ଗରେ ଗୋଟିଏ ସରକାର ରହିବେ। ଡବଲ ଇଞ୍ଜିନର ଏହି ସରକାର ଓଡ଼ିଶାର ବିକାଶକୁ ଏକ ନୂଆ ସ୍ତରକୁ ନେଇଯିବ ଏବଂ ଏକ ନୂଆ ଓଡ଼ିଶାର ବିକାଶ ଲାଗି ଆମେ ସମସ୍ତେ ମିଳିମିଶ କାମ କରିବା ପାଇଁ ଆହ୍ବାନ ଦେଇଛନ୍ତି ଯୋଗୀ।

Categories
ଆଜିର ଖବର

ମୁସଲିମ୍‌ ଲିଗ୍‌ ‘ଭାଇରସ୍‌’ରେ କଂଗ୍ରେସ ସଂକ୍ରମିତ : ଯୋଗୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେନାକୁ ’ମୋଦିଙ୍କ ସେନା’ କହି ବିବାଦରେ ଫସିଥିବାବେଳେ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି। ନିର୍ବାଚନ ସମୟରେ ବେଶ୍‌ ଆକ୍ରମଣାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯୋଗୀ। ବିରୋଧୀ ଦଳଙ୍କୁ ବେଶ୍‌ କଟାକ୍ଷ କରୁଛନ୍ତି ଯୋଗୀ। ମୁସଲିମ୍‌ ଲିଗ୍‌ଙ୍କୁ ଏକ ଭାଇରସ୍‌ କହିବା ସହିତ କଂଗ୍ରେସ ପାର୍ଟି ଏହା ଦ୍ବାରା ସଂକ୍ରମିତ ହୋଇସାରିଛି ବୋଲି କହିଛନ୍ତି। ଉତ୍ତରାଖଣ୍ଡର କାଶୀପୁରଠାରେ ଏକ ରାଲିରେ ଯୋଗ ଦେଇ ଯୋଗୀ କହିଛନ୍ତି ଯେ, ଦେଶ ୧୯୪୭ ମସିହାରେ ସ୍ବାଧୀନତା ପ୍ରାପ୍ତ କଲା, କିନ୍ତୁ ସ୍ବାଧୀନତା ସହ ଦେଶ ବିଭାଜନର ଦୁର୍ଭାଗ୍ୟ ମଧ୍ୟ ଆସିଲା। ମୁସଲିମ୍‌ ଲିଗ୍‌ ହିଁ ଏହି ବିଭାଜନ କରାଇଛନ୍ତି। କେରଳର ଓ୍ବାୟନାଡରୁ ନିର୍ବାଚନ ରାହୁଲ୍‌ଙ୍କ ନିର୍ବାଚନ ଲଢିବା ନେଇ ଯୋଗୀ କଟାକ୍ଷ କରି କହିଛନ୍ତି ଯେ, କେରଳରେ ରାହୁଲ୍‌ଙ୍କ ସହ ମୁସଲିମ୍‌ ଲିଗ୍‌ଙ୍କ ଗୁପ୍ତ ବୁଝାମଣା ରହିଛି, ଯିଏ ଦେଶ ବିଭାଜନର ମୂଳ। ସେହିପରି କଂଗ୍ରେସର ଇସ୍ତାହାର ପତ୍ରରେ ଥିବା ଆଫ୍‌ସାକୁ ନେଇ ଯୋଗୀ କହିଛନ୍ତି ଯେ, କଂଗ୍ରେସ ଏହା ଆଫସାକୁ ବଦଳାଇ ସୁରକ୍ଷା ବଳଙ୍କୁ ଦୁର୍ବଳ କରିବାକୁ ଚାହୁଁଛି। କଂଗ୍ରେସ ନିଜ ଆତ୍ମା ଓ ବିବେକକୁ ଦେଶଦ୍ରୋହୀ ଓ ଆଲଗାବାଦିଆଙ୍କ ପାଖରେ ବନ୍ଧକ ହୋଇଛି। ସେହିପରି କଂଗ୍ରେସ ତା’ ନିର୍ବାଚନୀ ଇସ୍ତାହାରରେ ଦେଶଦ୍ରୋହର ଧାରା ୧୨୪କୁ ସମ୍ପୂର୍ଣ୍ଣ ଶେଷ କରିବାକୁ  ପ୍ରତିଜ୍ଞା କରିଛି। ଏହାକୁ ନେଇ କଂଗ୍ରେସକୁ  କଡ଼ା ସମାଲୋଚନା କରିଛନ୍ତି ଯୋଗୀ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Categories
ଆଜିର ଖବର

ମୋଦି ସେନା ପ୍ରସଙ୍ଗ : ଯୋଗୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍‌

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ନୋଟିସ ଜାରି କରାଯାଇଛି। ଏକ ନିର୍ବାଚନୀ ରାଲିରେ ଭାରତୀୟ ସେନାକୁ ମୋଦିଜୀଙ୍କ ସେନା ବୋଲି ସମ୍ବୋଧନ କରିବା ପରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିଲେ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍‌ ଏଲ୍‌ ରାମଦାସ। ଏହି ଅଭିଯୋଗ ଅନୁଯାୟୀ ଯୋଗୀଙ୍କୁ ନିର୍ବାଚନ କମିଶନ ନୋଟିସ୍‌ ଜାରି କରିଛନ୍ତି। ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ଯୋଗୀଙ୍କୁ ନିଜର ଉତ୍ତର ରଖିବା ନିମନ୍ତେ ନିର୍ଦ୍ଦେଷ ଦେଇଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ, କଂଗ୍ରେସ ଲୋକ ମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। ମାତ୍ର ମୋଦିଙ୍କ ସେନା ଆତଙ୍କୀଙ୍କୁ ଗୁଳି ଏବଂ ବୋମା ଦେଉଛନ୍ତି। ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିବା ନେଇ ପୂର୍ବତନ ନୌସେନା ମୁଖ୍ୟ ନିଜର ଅସନ୍ତୋଷ ଜାହିର କରିବା ସହିତ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅଭିଯୋଗ ବାଢିଥିଲେ। ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆଦେଶ ଦେଇଥିବା ବେଳେ ଗାଜିଆବାଦ ଜିଲ୍ଲା ମୁଖ୍ୟଙ୍କ ଠାରୁ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।