ଯୋଗୀ ସରକାରଙ୍କ ବଡ ଘୋଷଣା : 11 ପ୍ରକାର ଶିଳ୍ପ ଉଦ୍ୟୋଗକୁ ଚଳାଇବା ପାଇଁ ଅନୁମତି ଦେଲେ

Published: Apr 17, 2020, 8:54 am IST

ଉତ୍ତରପ୍ରଦେଶ : କରୋନା ସଂକଟ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାର ବଡ ପଦକ୍ଷେପ ଉଠାଇଛନ୍ତି। ପ୍ରଦେଶର ସରକାର ଆବଶ୍ୟକ ସେବାଗୁଡିକ ସହିତ 11 ଟି ଶିଳ୍ପକୁ ସସର୍ତ୍ତ ଚଳାଇବା ପାଇଁ ଅନୁମତି ଦେଇଛନ୍ତି । ସେହି ଶିଳ୍ପୋଦ୍ୟୋଗଗୁଡିକ ମଧ୍ୟରେ ରହିଛି ଷ୍ଟିଲ୍‌, ରିଫାଇନାରୀ, ସିମେଣ୍ଟ, ରସାୟନ, ଉର୍ବରକ, ବସ୍ତ୍ର ଶିଳ୍ପ (କେବଳ ପରିଧାନକୁ ଛାଡି) ପେପର୍‌, ଟାୟର୍‌, ଚିନି ମିଲ୍‌କୁ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ଏହା ସହିତ ସାଧାରଣ ପ୍ରଭାବଶାଳୀ ଚିକିତ୍ସା କାରଖାନାକୁ ମଧ୍ୟ ଅନୁମତି ମିଳିଛି ।

ପ୍ରଥମ ପର୍ଯ୍ୟାୟରେ 50 ପ୍ରତିଶତ ଶ୍ରମିକ ସହିତ ୟୁନିଟ୍‌ ଚଳାଇବାକୁ ଅନୁମତି ଦିଆଯାଇଛି । ସେହିପରି ହଟସ୍ପଟ୍‌ ଅଞ୍ଚଳରେ ୟୁନିଟ୍‌ ଚଳାଇବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ସେହିପରି ଶିଳ୍ପଉଦ୍ୟୋଗଗୁଡିକୁ ଗାଇଡ୍‌ଲାଇନ ଅନୁସାରେ ସାନିଟାଇଜେସନ୍‌ କରାଯିବ । ଶ୍ରମିକଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରାଯିବ । ୟୁନିଟ୍‌ ଗୁଡିକରେ ସାନିଟାଇଜର୍‌, ମାସ୍କ ଓ ପାଣିର ପୂରା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପ୍ରଶାସନ ଓ ଚିକିତ୍ସା ବିଭାଗ ଦ୍ବାରା ଶିଳ୍ପ ଉଦ୍ୟୋଗଗୁଡିକ ଗାଇଡ୍‌ ଲାଇନ୍‌କୁ ଠିକ୍‌ ରୂପେ ପାଳନ କରୁଛନ୍ତି କି ନାହିଁ ତାହା ନିଶ୍ଚିତ କରିବ । ସେହିପରି କୌଣସି ବି କର୍ମଚାରୀଙ୍କ ନିକଟରେ କିଛି ସଂକ୍ରମଣର ସୂଚନା ମିଳିବ, ତେବେ ଜିଲ୍ଲା ପ୍ରଶାସନକୁ ଏନେଇ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ସହ ମୁକାବିଲା କରିବା ପାଇଁ ଭାରତରେ ଲକ୍‌ ଡାଉନ୍‌ର ଅବଧିକୁ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ ଦେଶର ଆର୍ଥିକ ବ୍ୟବସ୍ଥା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇ କିଛି ସେକ୍ଟରରେ ଏହାକୁ କିଛି ପରିମାଣର ରିହାତି ଦିଆଯାଇଛି । ତେବେ ଏହି ସବୁ କଟକଣାରୁ ଏପ୍ରିଲ୍‌ 20 ତାରିଖରେ ପରେ ରିହାତି ଦିଆଯିବା ନେଇ ସୂଚନା ରହିଛି । ସେହିପରି ମଦ ବିକ୍ରି ଉପରେ ୟୁପି ସରକାର ଚିନ୍ତା କରୁଛନ୍ତି ।

Related posts