ମୁସଲିମ୍‌ ଲିଗ୍‌ ‘ଭାଇରସ୍‌’ରେ କଂଗ୍ରେସ ସଂକ୍ରମିତ : ଯୋଗୀ ଆଦିତ୍ୟନାଥ

Published: Apr 5, 2019, 1:28 pm IST

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେନାକୁ ’ମୋଦିଙ୍କ ସେନା’ କହି ବିବାଦରେ ଫସିଥିବାବେଳେ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି। ନିର୍ବାଚନ ସମୟରେ ବେଶ୍‌ ଆକ୍ରମଣାତ୍ମକ ମନ୍ତବ୍ୟ ପ୍ରଦାନ କରିଛନ୍ତି ଯୋଗୀ। ବିରୋଧୀ ଦଳଙ୍କୁ ବେଶ୍‌ କଟାକ୍ଷ କରୁଛନ୍ତି ଯୋଗୀ। ମୁସଲିମ୍‌ ଲିଗ୍‌ଙ୍କୁ ଏକ ଭାଇରସ୍‌ କହିବା ସହିତ କଂଗ୍ରେସ ପାର୍ଟି ଏହା ଦ୍ବାରା ସଂକ୍ରମିତ ହୋଇସାରିଛି ବୋଲି କହିଛନ୍ତି। ଉତ୍ତରାଖଣ୍ଡର କାଶୀପୁରଠାରେ ଏକ ରାଲିରେ ଯୋଗ ଦେଇ ଯୋଗୀ କହିଛନ୍ତି ଯେ, ଦେଶ ୧୯୪୭ ମସିହାରେ ସ୍ବାଧୀନତା ପ୍ରାପ୍ତ କଲା, କିନ୍ତୁ ସ୍ବାଧୀନତା ସହ ଦେଶ ବିଭାଜନର ଦୁର୍ଭାଗ୍ୟ ମଧ୍ୟ ଆସିଲା। ମୁସଲିମ୍‌ ଲିଗ୍‌ ହିଁ ଏହି ବିଭାଜନ କରାଇଛନ୍ତି। କେରଳର ଓ୍ବାୟନାଡରୁ ନିର୍ବାଚନ ରାହୁଲ୍‌ଙ୍କ ନିର୍ବାଚନ ଲଢିବା ନେଇ ଯୋଗୀ କଟାକ୍ଷ କରି କହିଛନ୍ତି ଯେ, କେରଳରେ ରାହୁଲ୍‌ଙ୍କ ସହ ମୁସଲିମ୍‌ ଲିଗ୍‌ଙ୍କ ଗୁପ୍ତ ବୁଝାମଣା ରହିଛି, ଯିଏ ଦେଶ ବିଭାଜନର ମୂଳ। ସେହିପରି କଂଗ୍ରେସର ଇସ୍ତାହାର ପତ୍ରରେ ଥିବା ଆଫ୍‌ସାକୁ ନେଇ ଯୋଗୀ କହିଛନ୍ତି ଯେ, କଂଗ୍ରେସ ଏହା ଆଫସାକୁ ବଦଳାଇ ସୁରକ୍ଷା ବଳଙ୍କୁ ଦୁର୍ବଳ କରିବାକୁ ଚାହୁଁଛି। କଂଗ୍ରେସ ନିଜ ଆତ୍ମା ଓ ବିବେକକୁ ଦେଶଦ୍ରୋହୀ ଓ ଆଲଗାବାଦିଆଙ୍କ ପାଖରେ ବନ୍ଧକ ହୋଇଛି। ସେହିପରି କଂଗ୍ରେସ ତା’ ନିର୍ବାଚନୀ ଇସ୍ତାହାରରେ ଦେଶଦ୍ରୋହର ଧାରା ୧୨୪କୁ ସମ୍ପୂର୍ଣ୍ଣ ଶେଷ କରିବାକୁ  ପ୍ରତିଜ୍ଞା କରିଛି। ଏହାକୁ ନେଇ କଂଗ୍ରେସକୁ  କଡ଼ା ସମାଲୋଚନା କରିଛନ୍ତି ଯୋଗୀ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts