ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୬ ଜଣ କରୋନା ଆକ୍ରାନ୍ତ

Published: Feb 27, 2021, 9:10 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ସୁନ୍ଦରଗଡରୁ ୧୦, ବରଗଡରୁ ୭, ସମ୍ବଲପୁରରୁ ୬, ଝାରସୁଗୁଡାରୁ ୫, ବାଲେଶ୍ବରରୁ ୪, ଖୋର୍ଦ୍ଧାରୁ ୪, ପୁରୀରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ନୂଆପଡ଼ାରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୧, କଟକରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୫୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ କୁ ବୃଦ୍ଧି ହୋଇଛି। ତେବେ ୬୧୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts