Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ ବିଜୁ ଜୟନ୍ତୀ: ବିଜୁଙ୍କ ଅବଦାନ ନେଇ ହେବ ଆଲୋଚନା
ଆଜିର ଖବର

ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେବ ବିଜୁ ଜୟନ୍ତୀ: ବିଜୁଙ୍କ ଅବଦାନ ନେଇ ହେବ ଆଲୋଚନା

March 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାର୍ଚ୍ଚ ୫ ତାରିଖରେ ବିଜୁ ଜୟନ୍ତୀ ପାଳିତ ଧୁମ୍ ଧାମ୍‌ରେ ପାଳନ କରା ଯିବ। ଚଳିତ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜୁ ଜୟନ୍ତୀ ପାଳନ କରା ଯିବ ବୋଲି ଜଣା ପଡିଛି।

ମିଳିଥିବା ସୂଚନା ଅନୁସାରେ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ। ସେଥିରେ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ବିଷୟରେ ଆଲୋଚନା କରାଯିବ। ଏହି ବୈଠକରେ ଦଳର ସମସ୍ତ ସଦସ୍ୟ ତଥା ଛାତ୍ରଛାତ୍ରୀ ଯୁବନେତା, ଯୁବନେତ୍ରୀ ଯୋଗଦେବେ।

ରାଜ୍ୟର ବିକାଶ ଦିଗରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ। ତାଙ୍କରି ମାର୍ଗଦର୍ଶନରେ ଓଡ଼ିଶା ଅବିରତ ବିକାଶ ଦିଗରେ ଆଗେଇ ଚାଲିଛି। ସେ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଅନେକ କିଛି ଅବଦାନ ଦେଇଛନ୍ତି। ଓଡ଼ିଶାରେ ସ୍ୱଚ୍ଛଶାସନ, ଦାରିଦ୍ର‌୍ୟ ଦୂରିକରଣ ଠାରୁ ଆରମ୍ଭ କରି ‘ମୋ ସରକାର’ ଲାଗୁ, ମହିଳା ଶସକ୍ତିକରଣ ଦିଗରେ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ହେଉଛି କେବଳ ବିଜୁ ବାବୁ ଦର୍ଶିତ ମାର୍ଗ।

ଏହି କ୍ରମରେ ପ୍ରଶାସନିକ ତଥା ବିକାଶ ଧାରାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ଏକ ନୂତନ ଓଡ଼ିଶା ଗଠନର ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଖାଲି ସେତିକି ନୁହେଁ, ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯିବ। ସେଥିରେ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଦଳ ସୁପ୍ରିମୋ କହିଛନ୍ତି।

ଅନ୍ୟପଟେ କୋଭିଡ୍ ମହାମାରୀ ପରିସ୍ଥିତିରେ ଓଡ଼ିଶାବାସୀ ସମେତ ଦଳୀୟ କର୍ମୀ ଯେଉଁଭଳି ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳ ସୁପ୍ରିମୋ। କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ସମସ୍ତଙ୍କ ତ୍ୟାଗ, ନିଷ୍ଠା ଏବଂ ସହଯୋଗ ପାଇଁ ସାରା ଦେଶରେ ଓଡ଼ିଶା ଆଜି ପୁଣି ଏକ ପରିଚୟ ପାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜୁ ବାବୁଙ୍କ ଜନ୍ମ ଦିବସରେ ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ, ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପତିଜ୍ଞାବଦ୍ଧ ହେବା ପାଇଁ ଦଳର ପ୍ରତ୍ୟେକ ସଦସ୍ୟ ଆଗେଇ ଆସିବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଛନ୍ତି।

ବିଜୁ ଜୟନ୍ତୀ ମାର୍ଚ୍ଚ ୫ ତାରିଖ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ବଣ ପୂର୍ବରୁ ରୂପା ଆମଦାନିକୁ ବଡ଼ ଅନୁମତି, ଗ୍ରାହକଙ୍କୁ ମିଳିବ କି ଆଶ୍ୱସ୍ତି?

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ରୋଗ ଚିହ୍ନଟରେ ଫୋକସ୍‌, ସ୍ୱାସ୍ଥ୍ୟ ନେଇ ନଡ୍ଡାଙ୍କ ବୟାନ

October 23, 2026

ଇଣ୍ଡୋନେସିଆ ଫେରିବେ ୫ ଓରାଙ୍ଗଉଟାନ !

October 23, 2026
Latest News

ଏମସିଡି ଗୃହରେ ହଙ୍ଗାମା: ବିଜେପି-ଆପ୍ ମୁହାଁମୁହିଁ

October 23, 2026

ପାର୍ବଣ ପୂର୍ବରୁ ରୂପା ଆମଦାନିକୁ ବଡ଼ ଅନୁମତି, ଗ୍ରାହକଙ୍କୁ ମିଳିବ କି ଆଶ୍ୱସ୍ତି?

October 23, 2026

ଇସ୍ରାଏଲ ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ପାଇଁ ମୋଦୀଙ୍କୁ ନେତାନ୍ୟାହୁଙ୍କ ଆମନ୍ତ୍ରଣ

October 23, 2026

କୃଷକଙ୍କୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

October 23, 2026

ବସ୍ ଦୁର୍ଘଟଣାରେ ୯ ମୃତ, ୩୯ ଆହତ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.