Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ମାସରେ ଦ୍ବିତୀୟ ଥର ହ୍ରାସ ହେଲା ରେପୋ ରେଟ୍‌ : ୬ ପ୍ରତିଶତକୁ ହ୍ରାସ କଲା ଆରବିଆଇ
ଆଜିର ଖବର

ଦୁଇ ମାସରେ ଦ୍ବିତୀୟ ଥର ହ୍ରାସ ହେଲା ରେପୋ ରେଟ୍‌ : ୬ ପ୍ରତିଶତକୁ ହ୍ରାସ କଲା ଆରବିଆଇ

April 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rbi declares repo rate
rbi declares repo rate

ଚଳିତ ଆର୍ଥିକ ବର୍ଷ ପ୍ରଥମରୁ ହିଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମୁଦ୍ରା ସମୀକ୍ଷା ନୀତି ଘୋଷଣା କରିଛନ୍ତି। ଆରବିଆଇ ଆଜି ରେପୋ ରେଟରେ ୨୫ ବିପିଏସ ପଏଣ୍ଟ  ହ୍ରାସ କରିଛି। ଏହା ପୂର୍ବରୁ ଫେବୃଆରୀରେ  ରେପୋ ରେଟ ହ୍ରାସ ପାଇଥିଲା। ଏହା ଫଳରେ ଇଏମଆଇରେ କମ ହେବା ସମ୍ଭାବନା ରହିଛି। ବର୍ତ୍ତମାନ ରେପୋ ରେଟ ୬.୨୫ ପ୍ରତିଶତରୁ ହ୍ରାସ ପାଇ ୬ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୫.୭୫ ହୋଇଯାଇଛି। ଆରବିଆଇ ପକ୍ଷରୁ ମୁଦ୍ରା ସମୀକ୍ଷା ନୀତି ଘୋଷଣା ହୋଇଛି। ରେପୋ ରେଟରେ ୨୫ ବିପିଏସ ପଏଣ୍ଟ  ହ୍ରାସ ପାଇଛି। ଯାହା ଫଳରେ ଲୋକଙ୍କ ଇଏମଆଇ କମ ହେବା ସମ୍ଭାବନା ରହିଛି। ଯେଉଁ ବ୍ୟକ୍ତି ହୋମ ଲୋନ, କାର, ପର୍ସନାଲ , ଏଜୁକେସନ ଲୋନ ନେଉଛନ୍ତି ସେମାନଙ୍କ ଉପରେ ଏହା ପ୍ରଭାବ ପଡ଼ିବ। ବ୍ୟାଙ୍କ କ୍ଷେତ୍ରର ମୁଦ୍ରା ସମୀକ୍ଷା ବୈଠକ ବୁଧବାର ଦିନ ଆରମ୍ଭ ହୋଇଥିଲା। ଏହା ଚଳିତ ଆର୍ଥିକ ବର୍ଷର ସମୀକ୍ଷା ପ୍ରଥମ ବୈଠକ। ବର୍ତ୍ତାମନର ସ୍ଥିତିରେ  ମହଙ୍ଗା ଦର ଠିକ ସ୍ଥାନରେ ରହିଛି। ତେଣୁ ଏହି ନିଷ୍ପତି ପାଇଁ ଏହା ଉଚିତ ସମୟ ରହିଛି ବୋଲି ଅର୍ଥ ବିଶେଷଜ୍ଞ କହିଛନ୍ତି। ବିଗତ କିଛି ଦିନରେ ଅଶୋଧିତ ତୈଳର ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିଥିବାରୁ ଏପରି ନିଷ୍ପତ୍ତି ନେଇଛି ଆରବିଆଇ। ଗତ ଡିସେମ୍ବରରେ ଅର୍ଥନୈତିକ ଅଭିବୃଦ୍ଧି ୬.୬ ପ୍ରତିଶତ ରହିଥିଲା ଯାହାକି ବିଗତ ୫ ତ୍ରୈମାସିକ ଅଭିବୃଦ୍ଧି ମଧ୍ୟରେ ସର୍ବନିମ୍ନ। ସହିପରି ଫେବୃୟାରୀରେ ମାନ୍ଦାବସ୍ଥା ୨.୫୭ରହିଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ଏହା ୩.୯ ଛୁଇଁବ ବୋଲି ଆରବିଆଇ ପକ୍ଷରୁ ପୂର୍ବାନୂମାନ ଲଗାଇଛି। ମାତ୍ର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଏବଂ ମୌସୁମୀ ବର୍ଷା କମ୍‌ ହେଲେ ଏହି ଆକଳନ ବିଗିଡିପାରେ ବୋଲି ମଧ୍ୟ କୁହାଯାଇଛି।

 

declares down rate rbi repo thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.