ମୋଦିଙ୍କୁ ୟୁଏଇ ପକ୍ଷରୁ ‘ଅର୍ଡର ଅଫ୍‌ ଜାୟେଦ୍‌’ ସମ୍ମାନ

Published: Apr 4, 2019, 2:15 pm IST
modi honourd with zayed

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ପକ୍ଷରୁ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ କରାଯାଇଛି। ଏହା ହେଉଛି ୟୁଏଇର ସର୍ବାେଚ୍ଚ ବେସାମରିକ ସମ୍ମାନ। ୟୁଏଇ ଏବଂ ଭାରତ ମଧ୍ୟରେ ବର୍ଦ୍ଧିତ ସମ୍ପର୍କ ପାଇଁ  ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ସମ୍ମାନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଆବୁଧାବିର ରାଜକୁମାର ଶେଖ ମହମ୍ମଦ ବିନ୍‌ ଜାୟେଦ୍‌ ଏବଂ ସେନାଧ୍ୟକ୍ଷ ସୋସିଆଲ ମିଡିଆ ଜରିଆରେ ଏହି ଖବର ସ୍ବୀକାର କରିଛନ୍ତି। ଶେଖ ମହମ୍ମଦ ବିନ୍‌ ଜାୟେଦ୍‌ ନିଜ ଟ୍ବିଟ୍‌ରେ କହିଛନ୍ତି, ‘ଉଭୟ ରାଷ୍ଟ୍ର ମଧ୍ୟରେ ବଢୁଥିବା କୂଟନୈତିକ ଏବଂ ରାଜନୈତିକ ସମ୍ପର୍କର ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମୋର ମିତ୍ର ତଥା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାୟେଦ୍‌ ପଦକ ନିମନ୍ତେ ୟୁଏଇ ରାଷ୍ଟ୍ରପତି ମନୋନୀତ କରିଥିବାରୁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି’।

 

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts