ମୁଖ୍ୟମନ୍ତ୍ରୀଙ୍କୁ ୩ଟି ଚିଠି ଲେଖି ଦାବୀ ଜଣାଇଲେ ବିଧାୟକ ବାହିନିପତି

Published: Mar 3, 2021, 1:37 pm IST

ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ଟି ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଜୟପୁର ର ସର୍ବ ପୁରାତନ ବିକ୍ରମ ଦେବ ସ୍ୱଂୟ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା, ଜୟପୁର ନର୍ସିଂ ମହାବିଦ୍ୟାଳୟ ଖୋଲିବା ଓ କୋରାପୁଟରେ କୃଷି ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଦାବୀ କରିଛନ୍ତି। ଜୟପୁର ବିକ୍ରମଦେବ କଲେଜ ରାଜ୍ୟର ବହୁ ପୁରାତନ ମହାବିଦ୍ୟାଳୟ ଅଟେ।

ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ଦାବି କରାଯାଇଥିବା ବେଳେ ବିଧାନସଭାରେ ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୃିତି ଦେଇଥିଲେ। ଦୁଃଖ ଓ ପରିତାପର ବିଷୟ ଯେ ବିକ୍ରମ ଦେବ କଲେଜ ଠାରୁ ପରେ ପ୍ରତିଷ୍ଠା ହୋଇଥିବା କଲେଜ ଗୁଡିକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଥିଲେ ମଧ୍ୟ ଏହି କଲେଜକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରିଥିବା ଅଭିଯୋଗ ହୋଇଛି। ତେଣୁ ରାଜ୍ୟ ସରକାର ତୁରନ୍ତ ବିକ୍ରମ ଦେବ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଘୋଷଣା କରନ୍ତୁ। ନହେଲେ ବିଧାୟକ ବାହିନିପତିଙ୍କ ନେତୃତ୍ଵରେ ଏକ ବିଶାଳ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି।

ସେହିପରି କୋରାପୁଟ ରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଗଠନ କରିବାକୁ ଦାବୀ କରିଛନ୍ତି। କାରଣ ପୃଥିବିରେ ବିରଳ ଧାନ କୋରାପୁଟ ରେ ଚିହ୍ନଟ ହୋଇଥିବା ବେଳେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି। କୋରାପୁଟରେ ତୁରନ୍ତ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବି ହୋଇଛି। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲା ଜୟପୁରରେ ନର୍ସିଂ କଲେଜ ଓ ଫାର୍ମାସି କଲେଜ କରାଯାଉ। ଏହା ପ୍ରତିଷ୍ଠା ହେଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟର ଆଦିବାସୀ ଯୁବତୀମାନେ ତାଲିମର ସୁବିଧା ପାଇବା ସହ ସ୍ୱାବଲମ୍ବି ହୋଇପାରିବେ ବୋଲି ବିଧାୟକ ବାହିନିପତି ଯୁକ୍ତି ଦର୍ଶାଇଛନ୍ତି।

Related posts