Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଜି ଛକରୁ ରାଜମହଲ, ଆଇଡିବିଆଇ ଛକରୁ ବାଣୀବିହାର ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ କରିବେ କିନ୍ନର
ଆଜିର ଖବର

ଏଜି ଛକରୁ ରାଜମହଲ, ଆଇଡିବିଆଇ ଛକରୁ ବାଣୀବିହାର ପର୍ଯ୍ୟନ୍ତ ପାର୍କିଂ ଫି ଆଦାୟ କରିବେ କିନ୍ନର

March 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ କିନ୍ନର ଗ୍ରୁପ୍‌ଙ୍କୁ ପାର୍କିଂ ଲଟ୍ ଦେଇଛି ବିଏମସି। ଏହି ଉଦ୍ୟଶ୍ୟରେ ବୁଧବାର ପରିଚୟ ଗ୍ରୁପ୍‌କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଦେଇଛନ୍ତି ବିଏମ୍‌ସି କମିଶନର। ଏମାନଙ୍କୁ ଡ୍ରେସ୍‌, ଆଇ କାର୍ଡ,ଗାଡି ଇତ୍ୟାଦି ଯୋଗାଇ ଦିଆଯାଇଛି  ବର୍ତ୍ତମାନ ଏହି ଗ୍ରୁପ୍ ୧୦,୦୦୦ରୁ ୨୫,୦୦୦ ମଧ୍ୟରେ ଥିବା ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ ଏବଂ ଚିହ୍ନିତ ପାର୍କିଂ ଲଟ୍‌ର(ଏଜି ଛକରୁ ରାଜମହଲ ଏବଂ ଆଇଡି ବି ଆଇ ଛକରୁ ବାଣୀବିହାର) ଦାୟିତ୍ୱରେ ରହିବେ।

ଏହି ଅବସରରେ କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ୨ଟି କିନ୍ନର ଗୋଷ୍ଠୀ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରୁଛନ୍ତି। ପୂର୍ବରୁ କିନ୍ନର ମାନଙ୍କ ସ୍ୱିକୃତି ଗ୍ରୁପ୍ କୁ ରାଜମହଲ ଛକ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ପାର୍କିଂ ଲଟ୍ ଦିଆଯାଇଥିଲା। ଏହାର ସଫଳତାକୁ ଦେଖି ଆଜି ପରିଚୟ ଗ୍ରୁପ୍ କୁ ଆଉ ୨ ଟି ପାର୍କିଂ ଲଟ୍ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବକେୟା ହୋଲ୍ଡିଂ ଟ୍ୟାକ୍ସ ଏବଂ ଟ୍ରେଡ୍ ଲାଇାସେନ୍ସ ଇତ୍ୟାଦି ଆଦାୟ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଭାବେ କିନ୍ନର ଗ୍ରୁପ୍ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ବିଗତ ବର୍ଷ ଏବଂ ଚଳିତ ବର୍ଷ ସ୍ୱୀକୃତି ଗ୍ରୁପ୍‌କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଚଳିତ ବର୍ଷ ଆଉଏକ କିନ୍ନର ଗ୍ରୁପ୍‌କୁ ଦାୟିତ୍ୱ ଦେଇ ବକେୟା ଆଦାୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଗତ ୨୫ ଫେବୃଆରୀରେ ବିଏମ୍ ସି ସହିତ ପରରିଚୟ କିନ୍ନର ଗ୍ରୁପ୍ ସହିତ ସହମତି ପତ୍ର ସ୍ୱାକ୍ଷରିତ ହୋଇଥିଲା। ବିଏମ୍‌ସି ପକ୍ଷରୁ ଡେପୁଟି କମିଶନର, ରେଭିନ୍ୟୁ- ଶ୍ରୀମନ୍ତ ମିଶ୍ର ସ୍ୱାକ୍ଷର କରିଥିବାବେଳେ ସଂପୃକ୍ତ କିନ୍ନର ଗୋଷ୍ଠୀଙ୍କ ତରଫରୁ ନିଲୁ ପ୍ରଧାନ ଏହି କାର୍ଯ୍ୟ ତୁଲାଇଛନ୍ତି।

ତେବେ ସେମାନଙ୍କର ପାରିଶ୍ରମିକ ଟ.୪୦ ଲକ୍ଷ ପର୍ଯ୍ୟନ୍ତ ୧%, ୪୦ଲକ୍ଷରୁ ରୁ ୬୦ଲକ୍ଷ ମଧ୍ୟରେ ୧.୫% ଏବଂ ୬୦ଲକ୍ଷରୁ ଉର୍ଦ୍ଧ ପାଇଁ ୨% ରହିବ। ନିୟମିତ ଯାଂଚ ସାଂଗକୁ ନଥି ପରିଚାଳନା ଏବଂ ଉପଯୁକ୍ତ ଆଚରଣକୁ ଗୁରୁତ୍ୱ ଦିଆଯାଇଛି।

କିନ୍ନର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026
Latest News

RBI ର ବଡ଼ କାର୍ଯ୍ୟାନୁଷ୍ଠାନ, ଏହି ବ୍ୟାଙ୍କର ଲାଇସେନ୍ସ କଲା ବାତିଲ

May 19, 2026

ସମ୍ବଲପୁରରେ ପୁଣି ଏନକାଉଣ୍ଟର

May 19, 2026

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026

ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ: ଏକ ବର୍ଷ ମଧ୍ୟରେ ହେବ ଦ୍ୱିତୀୟ ଗସ୍ତ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.