ମାଞ୍ଜା ଦିଆ ଗୁଡି ସୂତା ଲାଗି କଟିଲା ବେକ ଓ ଆଖିପତା

Published: Mar 5, 2021, 10:47 am IST

କେନ୍ଦ୍ରାପଡ଼ା: ଗୁଡି ଉଡାଇବା ସୈାକ ରଖିଥିବା ଯୁବକ ମାନଙ୍କ ବେପରୁଆ ମନୋଭାବରୁ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସାଧିନ ଥିବା ଜଣା ପଡିଛି। ଜଣେ ଆରୋହୀଙ୍କ ବେକ କଟିଥିବା ବେଳେ ଅନ୍ୟଜଣଙ୍କର ଆଖିପତା କଟି ଅଳ୍ପକେ ବଂଚି ଯାଇଥିବା ସୂଚନା ମିଳିଛି। କେନ୍ଦ୍ରାପଡା ପୈାରାଂଚଳର ଜଇପୁରା ଗ୍ରାମର ସେକ୍ ଓସି ଓ ଇମାମବଡା ଗ୍ରାମର ସେକ ତହିଦ୍ ଏକ ବାଇକରେ ଯାଉଥିବା ବେଳେ ବାୟାମଠ ନିକଟ କଜଳା ରାସ୍ତାରେ ପରିତ୍ୟକ୍ତ ଅବସ୍ଥାରେ ଲଟକିଥିବା ଗୁଡି ସୂତା ସେମାନଙ୍କ ବେକରେ ଲାଗିଥିଲା। ଏଥିରେ ଓସିଙ୍କର ବେକ କଟି ୪ଟି ସିଲାଇ ହୋଇଥିବା ବେଳେ ତହିଦ୍‌ଙ୍କର ଆଖିପତା କଟି ଗୁରୁତର ହୋଇଥିବା ଜଣାପଡିଛି।

Related posts