ମମତାଙ୍କୁ ଆଉ ଏକ ଝଟକା: ବିଜେପିରେ ସାମିଲ ହେଲେ ଟିଏମସିର ପୂର୍ବତନ ସାଂସଦ

Published: Mar 6, 2021, 1:22 pm IST

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଶ୍ରୀ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗ ଦେବା ପରେ ଦିନେଶ କହିଛନ୍ତି ଯେ, ମୁଁ ଏଭଳି ସ୍ବର୍ଣ୍ଣିମ ସମୟକୁ ଅପେକ୍ଷା କରିଥିଲି। ଆଜି ମୁଁ ‘ଜନତା ପରିବାର’ରେ ଯୋଡି ହୋଇପାରିଲି। ଅନ୍ୟ ଦଳରେ ଜନତାଙ୍କ ସେବା କରାଯାଏ ନାହିଁ, କିନ୍ତୁ ସେଠାରେ କେବଳ ଗୋଟିଏ ପରିବାରକୁ ସେବା କରିବାକୁ ପଡିଥାଏ।

ତେବେ ଦିନେଶ ତ୍ରିବେଦୀ ବିଜେପିରେ ସାମିଲ ହେବା ପରେ ଟିଏମସି ମୁଖ୍ୟ ମମତା ବାନର୍ଜିଙ୍କୁ ଆଉ ଏକ ଝଟକା ଲାଗିଛି। ମମତାଙ୍କ ଅତି ବିଶ୍ଵସ୍ତ ଦିନେଶ ଦଳ ଛାଡିବା ପରେ ବିଜେପିର ଲାଭ ହେବ ବୋଲି କୁହାଯାଉଛି।

Related posts