Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୟ ଖବରକାଗଜର ବାର୍ଷିକ ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ନିର୍ଭୟ ଖବରକାଗଜର ବାର୍ଷିକ ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନିର୍ଭୟ ଖବରକାଗଜର ବାର୍ଷିକ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ବ୍ୟକ୍ତି ସ୍ୱାଧୀନତା ଓ ନିର୍ଭୀକତାର ସମାଜ ବିକାଶ ଦିଗରେ ବଡ଼ ଭୂମିକା ରହିଥିବା କଥାକୁ ଗୁରୁତ୍ୱ ପ୍ରଦାନ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ନିର୍ଭୟ’ର ୭ମ ବାର୍ଷିକୋତ୍ସବରେ ନିଜ ବକ୍ତବ୍ୟ ରଖି କହିଥିଲେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣଙ୍କୁ ‘ନିର୍ଭୟ’ ହେବା ଦରକାର । କେବଳ ‘ନିର୍ଭୟ’ ବାଣୀରେ ନୁହେଁ ବରଂ ମନରେ ମଧ୍ୟ ସେହି ଭାବନା ରହିବା ଦରକାର । ଓଡ଼ିଶାରେ ପ୍ରଜାତନ୍ତ୍ରରେ ସମାଲୋଚନାର ବଡ଼ ଆବଶ୍ୟକତା ରହିଥିଲା ବେଳେ ‘ନିର୍ଭୟ’ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ଉଲ୍ଲେଖ କରିଥିଲେ ।

ଶନିବାର ସ୍ଥାନୀୟ ହୋଟେଲ ମେ ଫେୟାର ଲାଗୁନର କନଭେନସନ ହଲ୍‍ ଠାରେ ‘ନିର୍ଭୟ’ର ୭ମ ବାର୍ଷିକୋତ୍ସବ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଭର୍ଚୁଆଲ ମୋଡରେ ସାମିଲ ହୋଇ ନିଜ ବକ୍ତବ୍ୟ ରଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ରାଜରାମ ଶତପଥୀ, ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।

ବାର୍ଷିକୋତ୍ସବର ମୁଖ୍ୟ ସମାରୋହରେ ବିଶେଷ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ ଓ ସମ୍ମାନୀତ କରାଯାଇଥିଲା । ପଦ୍ମଶ୍ରୀ ପାଇଁ ସଦ୍ୟ ମନୋନୀତ ହୋଇଥିବା ଯାଜପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷା ପ୍ରସାରକ ନନ୍ଦକିଶୋର ପୃଷ୍ଟିଙ୍କୁ ‘ନିର୍ଭୟ ଓଡ଼ିଶା ଗୌରବ’ ପ୍ରଦାନ କରାଯାଇଥିଲା । ‘ନିର୍ଭୟ ସତୀର୍ଥ ସମ୍ମାନ’ ଦ’ ହିନ୍ଦୁର ସାମ୍ବାଦିକ ସତ୍ୟସୁନ୍ଦର ବାରିକ ଏବଂ କନକ ନ୍ୟୁଜର ବିଶେଷ କାର୍ଯ୍ୟକ୍ରମ ଲୋକ ନକଲି ଓ କଥା ଅସଲିକୁ ପ୍ରଦାନ କରାଯାଇଥିଲା ।

‘ନିର୍ଭୟ’ର ୩ ଖବରଦାତା ଚିତ୍ତ ରଞ୍ଜନ ଜେନା(ଠାକୁରମୁଣ୍ଡା), ଲଡି ଶଙ୍କର ରାଓ(ମୁନିଗୁଡା) ଏବଂ ପ୍ରଦୀପ୍ତ କର (ସାଲେପୁର) ତଥା ‘ନିର୍ଭୟ’ ମୁଖ୍ୟ କାର୍ଯ୍ୟାଳୟର ବରିଷ୍ଠ ସହ-ସମ୍ପାଦିକା ମମତାରାଣୀ ବାରିକଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ସଂଚାଳନରେ ‘ନିର୍ଭୟ’ ପରିବାରର ବରିଷ୍ଠ ସଦସ୍ୟ ସମ୍ବିତ୍‍ ମହାପାତ୍ର, ବିଶ୍ୱଭୂଷଣ ମିଶ୍ର, ସୁନାକର ଦାସ ବିଶେଷ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟସାରାର ‘ନିର୍ଭୟ’ ଖବରଦାତାମାନଙ୍କ ସହ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ତଥା ଗଣମାଧ୍ୟମର କର୍ମୀମାନେ ଏହି ବାର୍ଷିକୋତ୍ସବରେ ସାମିଲ ହୋଇଥିଲେ ।

 

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସ ଜୟନ୍ତୀ ପାଳିତ

February 28, 2026

ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ଲଞ୍ଚ ହେଲା ଓଡିଶାର AYAVAT

February 28, 2026
Latest News

ସମ୍ପୂର୍ଣ୍ଣ ଭାବେ ଖୋଲିବ ୟୁରୋପ ବଜାର: କେତେ ଲାଭ ଆଣିବ ଭାରତ ଏବଂ EU ମଧ୍ୟରେ ଚୁକ୍ତି?

February 28, 2026

ଟଙ୍କା ବୋଝେଇ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ

February 28, 2026

ମାର୍ଚ୍ଚ ୧୪ ରେ ଖୋର୍ଦ୍ଧା ଜିଲ୍ଲାର ହେବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

February 28, 2026

ଏଆଇ ଶକ୍ତିକୁ ସୁଦୃଢ଼ କରିବ ୨୦ ହଜାର ନୂତନ ଜିପିୟୁ

February 28, 2026

ଭାରତରେ ନ୍ୟାୟିକ ପ୍ରକ୍ରିୟାକୁ ସୁଗମ କରୁଛି ଏଆଇ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.