ଆମର ସ୍ବାସ୍ଥ୍ୟ ନେଇ ଆଚାର୍ଯ୍ୟ ଚାଣକ୍ୟ କଣ ଉପଦେଶ ଦେଇଛନ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Mar 9, 2021, 6:11 am IST

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସ୍ବାସ୍ଥ୍ୟ ଉପରେ ବେଶ ଭଲ ଉପଦେଶ ଦେଇଛନ୍ତି। ଯାହା ସାଧାରଣ ଜୀବନରେ ପ୍ରତିଟି ମଣିଷ ତାହାକୁ ମାନିବା ଉଚିତ। ଚାଣକ୍ୟଙ୍କ ହିସାବରେ ଜଣେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଜରୁରୀ କାମ ଥାଉ ନା କାହିଁକି ଦିନରେ ଥରୁଟିଏ ସ୍ବାସ୍ଥ୍ୟ ପ୍ରତି ନଜର ଦେବା ଆବଶ୍ୟକ। କାରଣ ଆପଣ ଯେତେଦିନ ସୁସ୍ଥ୍ୟ ରହିବେ ସେତେଦିନ ପର୍ଯ୍ୟନ୍ତ ମୃତ୍ୟୁ ଦୂରେଇ ରହିବ।

ଯଦି ଆପଣ ବଞ୍ଚି ରହିବେ ତେବେ ଧର୍ମକର୍ମ ଏବଂ ପରିବାରର ମଙ୍ଗଳ କରିବେ। ହେଲେ ମରିଗଲେ କିଛି କରିପାରିବେ ନାହିଁ। ନିଜେ ଅସୁସ୍ଥ୍ୟ ରହି ରୋଗ ବ୍ୟାଧିରେ ପଡିରହିଲେ ଆପଣ କାହାର କାମରେ ଆସିବେ ନାହିଁ। କାହାର ଉପକାରଟିଏ ମଧ୍ୟ କରିପାରିବେ ନାହିଁ। କେବଳ ଆପଣଙ୍କ ରୋଗ କଥା ଚିନ୍ତା କରି ଶେଷରେ ଦେହତ୍ୟାଗ କରିବେ। ତେଣୁ ବଞ୍ଚିଥିଲେ କିଛି କରିବେ, ବଞ୍ଚିବା ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ସେଥିପାଇଁ ଚାଣ୍ୟକ ଏ ନେଇ ସଂସ୍କୃତରେ ଯାହା କହିଛନ୍ତି ତାହାର ଓଡିଆ ହେଲା..

ସୁସ୍ଥ୍ୟ ଓ ନିରୋଗ ରହିଥିବ ଯେତେ ଦିନ । ସଂସାରରେ କରିପାରିବ ନାନା ଧର୍ମ କର୍ମ ।।

ସୁସ୍ଥ ରହିବାକୁ ତେଣୁ କର ହେ ଯତନ। ଦୀର୍ଘାୟୁ ହୋଇଣ କର ଜଗତ କଲ୍ୟାଣ ।।

 

Related posts