
ଭୁବନେଶ୍ୱର: ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡ ଘଟଣା ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ। ଓଡିଶାର ବିଜେପି ସାଂସଦମାନେ ଅଗ୍ନିକାଣ୍ଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟିବା ପରେ କେନ୍ଦ୍ରୀୟ ଟିମକୁ ଓଡିଶା ପଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଟ୍ଵିଟ୍ କରି ସୂଚନା ଦେଇଛନ୍ତି।
ଏହି ଟିମ୍ ନିଆଁ ଲିଭାଇବାରେ ମୁତୟନ ଥିବା କର୍ମଚାରୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ସହ ମିଶି କାର୍ଯ୍ୟ କରିବେ। ଏହି ବିଶେଷଜ୍ଞ ଦଳ ସେଠାକାର ପରିସ୍ଥିତ ସମ୍ପର୍କରେ ପ୍ରତିଦିନ ଅନୁଧ୍ୟାନ କରିବେ।