Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

April 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅର୍ଥାତ୍ ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ଦିନରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ସିଟି ଏବଂ ଏଆଇ) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପାଠ୍ୟକ୍ରମ ଜାତୀୟ ଶିକ୍ଷା ନୀତି -୨୦୨୦ ର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତ ଆଜି ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରୁଛି। ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ସହଯୋଗରେ ବିକଶିତ ଏହି ପାଠ୍ୟକ୍ରମ, ସିବିଏସଇ ବିଦ୍ୟାଳୟ ବ୍ୟବସ୍ଥାରେ ସଂରଚିତ ଏଆଇ ଶିକ୍ଷାକୁ ବ୍ୟାପକ ଭାବେ ପ୍ରଚଳନ କରିବ। ନୂତନ ଶିକ୍ଷାବର୍ଷର ଆରମ୍ଭରୁ ଏହି ପାଠ୍ୟକ୍ରମର ପ୍ରଚଳନ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ପରିବର୍ତ୍ତନଶୀଳ ପଦକ୍ଷେପ। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କେବଳ ବୈଷୟିକ ଜ୍ଞାନ ବୃଦ୍ଧି ହେବ ନାହିଁ, ବରଂ ସେମାନଙ୍କର ସୃଜନଶୀଳତା, ଡିଜାଇନ ଓରିଏଣ୍ଟେସନ ଏବଂ ସମସ୍ୟା ସମାଧାନର ଦକ୍ଷତା ମଧ୍ୟ ବିକଶିତ ହେବ। “ଏଆଇ ଫର୍ ଏଜୁକେସନ, ଏଆଇ ଇନ୍ ଏଜୁକେସନ” ର ଭିଜନକୁ ଆଧାର କରି ଏହି ଶିକ୍ଷା ବ୍ୟବସ୍ଥା ଭାରତର ଶିଶୁମାନଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ୟୁଜର୍ ନୁହେଁ, ବରଂ ଆଗାମୀ ଦିନରେ ଟେକ୍ନୋଲୋଜିର ଉଦ୍ଭାବକ ଭାବେ ଗଢ଼ି ତୋଳିବାରେ ସହାୟକ ହେବ।

ପାଠ୍ୟକ୍ରମର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ଏଥିରେ ଶିଶୁମାନଙ୍କ ବୟସ ଓ ବୁଦ୍ଧି ଅନୁସାରେ ସରଳ ଓ ପ୍ରଣାଳୀବଦ୍ଧ ‘ଷ୍ଟ୍ରକ୍ଚରଡ୍ ମଡ୍ୟୁଲ୍’ ସ୍ଥାନ ପାଇଛି। ଏହା ସହିତ ବିଦ୍ୟାଳୟରେ ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କୁ ବ୍ୟାପକ ତାଲିମ ଏବଂ ସ୍ୱତନ୍ତ୍ର ‘ଶିକ୍ଷକ ମାର୍ଗଦର୍ଶିକା’ ବା ଟିଚର ହ୍ୟାଣ୍ଡବୁକ୍ ପ୍ରଦାନ କରାଯିବ।  ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ଯାଞ୍ଚ କରିବା ପାଇଁ ଅତ୍ୟାଧୁନିକ ଆସେସମେଣ୍ଟ ଫ୍ରେମୱାର୍କ ପ୍ରସ୍ତୁତ କରାଯାଇଛି। ଶ୍ରୀ ପ୍ରଧାନ ଏହି ପାଠ୍ୟକ୍ରମକୁ କାର୍ଯ୍ୟକାରୀ କରିଥିବା ଯୋଗୁଁ ସିବିଏସଇ ଏବଂ ଏନସିଇଆରଟିକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୨୬-୨୭ ଶିକ୍ଷା ବର୍ଷରୁ ଏହି ପାଠ୍ୟକ୍ରମ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହା ପିଲାମାନଙ୍କର କ୍ରିଟିକାଲ ଥିଙ୍କିଂ, ସମସ୍ୟା ସମାଧାନର ଦକ୍ଷତା ଏବଂ ପାଟର୍ଣ୍ଣ ଚିହ୍ନଟ କରିବା ଶକ୍ତିକୁ ବୃଦ୍ଧି କରିବ। ପାଠ୍ୟକ୍ରମ ପାଠପଢ଼ାକୁ ଖେଳ ଏବଂ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଆମୋଦଦାୟକ କରିବ। ଏଥିରେ ପଜଲ୍ ଓ ଗାଣିତିକ ଖେଳ ମାଧ୍ୟମରେ ଜଟିଳ ସମସ୍ୟାକୁ ସରଳ କରିବାର ଶୈଳୀ ଶିଖାଯିବ। ପିଲାମାନେ କେବଳ ଘୋଷିବା ପରିବର୍ତ୍ତେ ସେମାନଙ୍କର ସୃଜନଶୀଳତା ଏବଂ ପ୍ରଯୁକ୍ତିର ପ୍ରୟୋଗ କରିବାର ଦକ୍ଷତା ଉପରେ ଆଧାର କରି ସେମାନଙ୍କର ପରୀକ୍ଷା କରାଯିବ। ଏହି ପାଠ୍ୟକ୍ରମ ମାଧ୍ୟମରେ ଭାରତକୁ ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି।

ତୃତୀୟରୁ ଅଷ୍ଟମ ଶ୍ରେଣୀ ଧର୍ମେନ୍ଦ୍ର ପ୍ରଧାନ ସିଟି ଏବଂ ଏଆଇ ପାଠ୍ୟକ୍ରମ ସିବିଏସଇ
Share. Facebook Twitter LinkedIn Email WhatsApp Copy Link

Related Posts

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Latest News

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.