
ଭୁବନେଶ୍ବର: ବିଜୁ ଯୁବବାହିନୀ ଆଉ କାର୍ଯ୍ୟକ୍ଷମ ନାହିଁ। ଆଜି ବିଧାନସଭାର ଏକ ପ୍ରଶ୍ନରେ ଉତ୍ତର ରଖି ଏନେଇ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ଏହି ଯୁବ ବାହିନୀ ପାଇଁ ଚଳିତ ବଜେଟରେ କୌଣସି ବ୍ୟୟ ବରାଦ ନାହିଁ। ତେଣୁ ଏହି ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ୨୦୧୮ ମସିହାରେ ଏହି ଯୁବ ବାହିନୀ ପ୍ରତିଷ୍ଠା ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରତିଷ୍ଠା ହୋଇଥିବାରୁ ବିରୋଧୀ ଏହାକୁ ସମାଲୋଚନା କରିଥିଲା। ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏଭଳି ଏକ ସଂସ୍ଥା ସୃଷ୍ଟି କରାଯାଇଛି ବୋଲି ବିରୋଧୀ ସେତେବେଳ ଅଭିଯୋଗ କରୁଥିଲା।