୧୫ ବର୍ଷ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ହେବ ନାହିଁ ନବୀକରଣ: ଏହି ତାରିଖରୁ ହୋଇପାରେ ଲାଗୁ

Published: Mar 13, 2021, 6:57 pm IST

ନୂଆଦିଲ୍ଲୀ: ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ନବୀକରଣ (ରିନୱାଲ)ନକରିବା ପାଇଁ କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ସ୍ବୀକୃତ୍ତି ମିଳେ, ତେବେ ଏପ୍ରିଲ ୧ ତାରିଖ ଠାରୁ ଏହି ଗାଡ଼ିଗୁଡିକୁ ପଞ୍ଜିକରଣରେ ନବୀକରଣ କରାଯାଇପାରିବ ନାହିଁ।

କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏନେଇ ଏକ ଅଧିସୂଚନା ଜାରି କରି ସମସ୍ତଙ୍କର ପରାମର୍ଶ ମାଗିଛି। ଏଥିରେ କୁହାଯାଇଛି କି, ଏହି ପ୍ରସ୍ତାବକୁ ଅନୁମତି ମିଳିଲେ କେନ୍ଦ୍ର, ରାଜ୍ୟ, ମହାନଗର ଅଧୀନରେ ଆସୁଥିବା ସବୁ ସରକାରୀ ଗାଡି ଉପରେ କଟକଣା ଲାଗିବ।

ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୧ ତାରିଖ ସାଧାରଣ ବଜେଟରେ କେନ୍ଦ୍ର ସରକାର ଭେଇକଲ ସ୍କ୍ରାପ ନୀତି ଘୋଷଣା କରିଥିଲେ। ଯେଉଁଥିରେ ବ୍ୟକ୍ତିଗତ ଗାଡି ପାଇଁ ୨୦ ବର୍ଷ ଏବଂ ପରିବହନ ଗାଡି ପାଇଁ ୧୫ ବର୍ଷ ପରେ ଫିଟନେସ ପରୀକ୍ଷା କରିବା ଜରୁରୀ ଥିଲା।

Related posts