
ଭୁବନେଶ୍ବର: ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ସୂଚନା ରହିଛି। ଏହି ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ପାହାଡ଼ର ଗଡଖୋର୍ଦ୍ଧା ପଟୁ ଏହି ନିଆଁ ଲାଗିଥିବା କୁହାଯାଉଛି।
ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ହେଲେ ନିଆଁ କେମିତି ଲାଗିଲା ଏଯାଏଁ କୌଣସି ସ୍ପଷ୍ଟ କାରଣ ମିଳିପାରି ନାହିଁ।