ଜେଡ଼ିୟୁରେ ବିଲୀନ ହେଲା ଉପେନ୍ଦ୍ର କୁଶବାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି

Published: Mar 14, 2021, 5:58 pm IST

ପାଟଣା: ବିହାରରେ ଆରଏଲଏସପି ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହ ଆଜି ନିଜ ଦଳର ସମସ୍ତ ନେତାଙ୍କ ସହ ଜେଡ଼ିୟୁରେ ବିଲୀନ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଉପସ୍ଥିତି ଥିଲେ। ତାଙ୍କ ଦଳ ଜେଡ଼ିୟୁରେ ବିଲୀନ ହେବା ପାଇଁ କୌଣସି ସର୍ତ୍ତ ରଖି ନାହାନ୍ତି ବୋଲି ଉପେନ୍ଦ୍ର କୁଶବାହ କହିଛନ୍ତି। ହେଲେ ନିତୀଶ ପୁରସ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ କରିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି ଯେ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହଙ୍କ ସହ ଏନେଇ ବହୁ ସମୟ ଧରି ଆଲୋଚନା ଜାରି ରହିଥିଲା। ଯେତେବେଳେ ଏହି ଆଲୋଚନା ଉପରେ ଦଳର ନେତାମାନଙ୍କୁ ଅବଗତ କରାଗଲା, ସେତେବେଳେ ଦଳର ସମସ୍ତ ନେତା ସନ୍ତୋଷ ବ୍ୟକ୍ତ କଲେ। ଯାହା ଫଳରେ ଏହି ନିଷ୍ପତ୍ତି ନିଆଗଲା। ତେଣୁ ଆଜି ଦୁଇ ଦଳ ଏକ ହୋଇଛନ୍ତି ବୋଲି ନିତୀଶ କହିଛନ୍ତି।

Related posts