ଟିକେଟ ନମିଳିବାରୁ ବିଜେପିର ପୁରୁଣା ନେତା ଦେଲେ ଇସ୍ତଫା: ପଶ୍ଚିମବଙ୍ଗର କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ

Published: Mar 15, 2021, 12:07 pm IST

କଲିକତା: ପଶ୍ଚିମବଙ୍ଗ ବିଜେପିର ପୁରୁଣା ନେତା ଏବଂ ନୂଆ କରି ଦଳରେ ସାମିଲ ହେଉଥିବା ଲୋକଙ୍କ ମଧ୍ୟରେ ବିବାଦ ଗତକାଲି ଦେଖିବାକୁ ମିଳିଛି। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିନଥିବାରୁ ଅନେକ ଲୋକ ବିଜେପି ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଇସ୍ତଫା ଦେଇଛନ୍ତି।

ଏହା ସହିତ ରାଜ୍ୟର ଅନେକ ସ୍ଥାନରେ ଏନେଇ ପ୍ରଦର୍ଶନ ମଧ୍ୟ କରାଯାଇଛି। ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ସୋବନ ଚଟ୍ଟୋପାଧ୍ୟାୟ ଏବଂ ବୈଶାଖୀ ବନ୍ଦୋପାଧ୍ୟାୟ ଟିକେଟ ନମିଳିବାରୁ ବିଜେପିରୁ ଇସ୍ତଫା ଦେଇଛନ୍ତି।

ଚଟ୍ଟୋପାଧ୍ୟାୟ ବହୁ ବର୍ଷ ଧରି ବେହାଲା ପୂର୍ବ ଆସନର ପ୍ରତିନିଧିତ୍ଵ କରି ଆସୁଥିଲେ। ବର୍ତ୍ତମାନ ବିଜେପି ସେଠାରେ ନୂଆକରି ସାମିଲ ହୋଇଥିବା ପାୟଲ ସରକାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଚାଟ୍ଟୋପାଧ୍ୟାୟ ନିଜର ଇସ୍ତଫା ପତ୍ର ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ନିକଟକୁ ପଠାଇ ଦଳ ତାଙ୍କୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି।

Related posts