ମାର୍ଚ୍ଚ ୧୮ରୁ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ

Published: Mar 15, 2021, 7:17 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୋଭିଡ଼୍ ଗାଇଡ଼୍‌ଲାଇନ୍ ଅନୁସାରେ ସ୍ଥାନୀୟ ପ୍ରକାଶମ ହଲ୍‌ଠାରେ ମାର୍ଚ୍ଚ ୧୮ ତାରିଖରୁ ୨୨ ତାରିଖ ଯାଏଁ ପାଞ୍ଚଦିନ ବ୍ୟାପୀ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷର ନାଟକ ମହୋତ୍ସବ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ପକ୍ଷରୁ ଆୟୋଜିତ ହେଉଥିବାବେଳେ ଈଷା ଭିଜନ ସହ ଆୟୋଜକ ଅଛନ୍ତି।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ସଭାପତି ବଳଦାସ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାରଣା, ଇଷା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା ସଫଳ ରୂପାୟନ ପାଇଁ ଆହ୍ୱାନ ଦେଇଥିଲେ।

ମାର୍ଚ୍ଚ ୧୮ ତାରିଖରେ ବ୍ରହ୍ମପୁର ନୁପୁର ଅନୁଷ୍ଠାନ ପକ୍ଷରୁ ନାଟକ “ଚକ୍ରବ୍ୟୁହ”, ମାର୍ଚ୍ଚ ୧୯ ତାରିଖରେ ଶ୍ରୀଶ୍ରୀ ନରସିଂହ ନାଟ୍ୟ ସଂସ୍ଥା ସୁରଳ ପକ୍ଷରୁ ନାଟକ “ପ୍ରତିଫଳ”, ମାର୍ଚ୍ଚ ୨୦ ତାରିଖ କଳିଙ୍ଗ କଳାକାର ଅନୁଷ୍ଠାନ ପୁରୀ ତରଫରୁ ନାଟକ “କିଏ”? ମାର୍ଚ୍ଚ ୨୧ ତାରିଖ ଗଂଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ବ୍ରହ୍ମପୁର ତରଫରୁ ସୌଜନ୍ୟମୂଳକ ନାଟକ “ଦୀପତଳ ଅନ୍ଧାର” ଏବଂ ଶେଷ ସନ୍ଧ୍ୟା ୨୨ ତାରିଖରେ ଆଦର୍ଶ କଳାକାର ନାଟ୍ୟ ଅନୁଷ୍ଠାନ ଖୋର୍ଦ୍ଧା ତରଫରୁ ନାଟକ “ପାଇକ ପଶା” ପ୍ରଦର୍ଶିତ ହେବ।

କାର୍ଯ୍ୟକ୍ରମରେ ନାଟକ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା, ସଭାନେତ୍ରୀ କିରଣବାଳା ମିଶ୍ର, କଳା ନିର୍ଦ୍ଦେଶକ ସତ୍ୟ ମହାରଣା, ଈଷା ଭିଜନର ଦୁଇ ମୁଖ୍ୟ ସଂଯୋଜକ ସଦାନନ୍ଦ ସାହୁ, ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିବାବେଳେ ଶେଷରେ ସଂପାଦକ ରମେଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Related posts