ବସ୍ କିମ୍ବା ଅଟୋରେ ଅଶ୍ଳୀଳ ଗୀତ ବାଜିଲେ ହେବ ବଡ କାର୍ଯ୍ୟାନୁଷ୍ଠାନ: ଗାଡିର ପରମିଟ୍ ହେବ ରଦ୍ଦ

Published: Mar 16, 2021, 12:39 pm IST

ପାଟଣା: ବସ୍ କିମ୍ବା ଅଟୋରେ ଅଶ୍ଳୀଳ ଗୀତ ବାଜିଲେ ସମ୍ପୃକ୍ତ ଗାଡି ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ବ୍ଯବସାୟିକ ଗାଡି ଉପରେ ଏହି ନିୟମ ଲାଗୁ କରାଯିବ। ନିୟମ ନ ମାନିଲେ ଗାଡିର ପରମିଟ୍ ରଦ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବିହାର ସରକାର ରାଜ୍ୟରେ ଚାଲୁଥିବା ଯାତ୍ରୀବାହି ଗାଡି ପାଇଁ ଏଭଳି  ନିଷ୍ପତ୍ତି ନେଇଛି। ଏହାକୁ ନେଇ ବିହାର ରାଜ୍ୟର ପରିବହନ ବିଭାଗ ଏକ ପତ୍ର ମାଧ୍ୟମରେ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ୨୦୧୮ ମସିହାରେ ରାଜ୍ୟ ପରିବହନ ପ୍ରାଧିକାରର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ଏପର୍ଯ୍ୟନ୍ତ ପାଳନ କରାଯାଉନଥିଲା। ସମାଜରେ ଅଶ୍ଳୀଳତା ସମାପ୍ତ କରିବା ଲାଗି ସରକାର ପକ୍ଷରୁ ଏହି ନିୟମକୁ କଡାକଡି କରାଯିବା ଲାଗି ନିଷ୍ପତ୍ତି ହୋଇଛି।

ଉଲ୍ଲେଖ ଯୋଗ୍ୟ ଯେ, ବିହାରରେ ଯାତ୍ରୀ ବାହୀ ଗାଡିଗୁଡିକ ଅଶ୍ଳୀଳ ଗୀତ ବଜାଉଥିବା ଅଭିଯୋଗ ହୋଇଆସୁଛି। ଯାହାକି ହୋଲି ସମୟରେ ଏହା ବେଶୀ ମାତ୍ରାରେ ଦେଖିବାକୁ ମିଳୁଛି। ତେଣୁ ଏହାକୁ ରୋକିବା ଲାଗି ବିହାର ସରାକର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Related posts