ନୂଆଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ ନୂଆ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି ।ଏହି ରାଜ୍ୟଗୁଡିକ ବର୍ତ୍ତମାନ ଦେଶର ଚିନ୍ତାର କାରଣ ପାଲଟିଛି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଯାହା ରହିଛି ତାହା ହେଲା
- ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୯୦୩ କୋଭିଡ ମାମଲା ଆସିଥିବା ବେଳେ ଏଥିରୁ ୭୧% ଆସିଛି ଉପରୋକ୍ତ ପାଞ୍ଚ ରାଜ୍ୟରୁ ।
- ନୂଆ ମାମଲାରୁ ୮୩.୯୧% ଆସିଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଓ କେରଳରୁ ।
- ନୂଆ ମାମଲାରୁ ୬୧.୮% ଅର୍ଥାତ ୧୭,୮୬୪ ମାମଲା ଚିହ୍ନଟ ହୋଇଛି ମହାରାଷ୍ଟ୍ରରୁ । ଏହା ପଛକୁ କେରଳରେ ୧,୯୭୦ ଏବଂ ପଞ୍ଜାବରେ ୧,୪୬୩ ମାମଲା ଚିହ୍ନଟ ହୋଇଛି।
- ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ୨.୩୪ ଲକ୍ଷ (୨,୩୪,୪୦୬) ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ୨.୦୫% ।
- ମୋଟ ସକ୍ରିୟ ମାମଲାର ୭୬.୪% ରହିଛି ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ । କେବଳ ମହାରାଷ୍ଟ୍ରରେ ଅଛି ୬୦% ସକ୍ରିୟ ମାମଲା ।
- ଆଜି ସକାଳ ୭ଟା ସୁଦ୍ଧା ୫,୮୬,୮୫୫ ସେସନରେ ୩.୫ କୋଟି (୩,୫୦,୬୪,୫୩୬) ରୁ ଅଧିକ ଡୋଜ୍ ଟିକା ଦିଆସରିଛି ।
- ଏହା ମଧ୍ୟରେ ରହିଛି, ୭୫,୦୬,୧୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୫,୫୪,୮୫୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୬,୦୦,୦୩୦ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୬,୪୭,୬୪୪ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୨୧,୬୬,୪୦୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୧୫,୮୯,୪୪୪ ଜଣ ହିତାଧିକାରୀଙ୍କ ଟିକାକରଣ ସରିଛି।
- ଟିକାକରଣ ଅଭିଯାନର ୬୦ତମ ଦିବସ (୧୬ ମାର୍ଚ୍ଚ ୨୦୨୧)ରେ ୨୧ ଲକ୍ଷ (୨୧,୧୭,୧୦୪)ରୁ ଅଧିକ ହିତାଧିକାରୀଙ୍କ ଟିକାକରଣ କରାଯାଇଛି ।
- ଏଥିରୁ ୩୦,୮୭୧ ସେସନରେ ୧୭,୮୨,୫୫୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ଏବଂ ୩,୩୪,୫୫୧ ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
- ଭାରତରେ ମୋଟ ୧,୧୦,୪୫,୨୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୬.୫୬% ।
- ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି ।
- ନୂଆ ମୃତ୍ୟୁରୁ ୮୬.୭% ହୋଇଛି କେବଳ ଛଅ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ପଞ୍ଜାବରେ ୩୮ ଜଣ ଏବଂ କେରଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।
- ୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା, ଆସାମ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ମେଘାଳୟ, ଦାମନ ଓ ଡିଉ ଏବଂ ଦାଦ୍ରା ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।
Tags: Corona in India, କରୋନା ଅପଡେଟ