Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶର ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, ଏବେବି ସକ୍ରିୟ କରୋନା ମାମଲା ପାଉଛି ବୃଦ୍ଧି
ଆଜିର ଖବର

ଦେଶର ପାଞ୍ଚୋଟି ରାଜ୍ୟର କରୋନା ସ୍ଥିତି ଗମ୍ଭୀର, ଏବେବି ସକ୍ରିୟ କରୋନା ମାମଲା ପାଉଛି ବୃଦ୍ଧି

March 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରେ ଦୈନିକ ନୂଆ କୋଭିଡ ମାମଲା ବୃଦ୍ଧି ପାଇବାରେ ଲାଗିଛି ।ଏହି ରାଜ୍ୟଗୁଡିକ ବର୍ତ୍ତମାନ ଦେଶର ଚିନ୍ତାର କାରଣ ପାଲଟିଛି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଯାହା ରହିଛି ତାହା ହେଲା

  • ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮, ୯୦୩ କୋଭିଡ ମାମଲା ଆସିଥିବା ବେଳେ ଏଥିରୁ ୭୧% ଆସିଛି ଉପରୋକ୍ତ ପାଞ୍ଚ ରାଜ୍ୟରୁ ।
  • ନୂଆ ମାମଲାରୁ ୮୩.୯୧% ଆସିଛି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଓ କେରଳରୁ ।
  • ନୂଆ ମାମଲାରୁ ୬୧.୮% ଅର୍ଥାତ ୧୭,୮୬୪ ମାମଲା ଚିହ୍ନଟ ହୋଇଛି ମହାରାଷ୍ଟ୍ରରୁ । ଏହା ପଛକୁ କେରଳରେ ୧,୯୭୦ ଏବଂ ପଞ୍ଜାବରେ ୧,୪୬୩ ମାମଲା ଚିହ୍ନଟ ହୋଇଛି।
  • ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ୨.୩୪ ଲକ୍ଷ (୨,୩୪,୪୦୬) ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ୨.୦୫% ।
  • ମୋଟ ସକ୍ରିୟ ମାମଲାର ୭୬.୪% ରହିଛି ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ । କେବଳ ମହାରାଷ୍ଟ୍ରରେ ଅଛି ୬୦% ସକ୍ରିୟ ମାମଲା ।
  • ଆଜି ସକାଳ ୭ଟା ସୁଦ୍ଧା ୫,୮୬,୮୫୫ ସେସନରେ ୩.୫ କୋଟି (୩,୫୦,୬୪,୫୩୬) ରୁ ଅଧିକ ଡୋଜ୍ ଟିକା ଦିଆସରିଛି ।
  • ଏହା ମଧ୍ୟରେ ରହିଛି, ୭୫,୦୬,୧୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୫,୫୪,୮୫୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୬,୦୦,୦୩୦ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୬,୪୭,୬୪୪ ଏଫଏଲଡବ୍ଲୁ  (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୨୧,୬୬,୪୦୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୧୫,୮୯,୪୪୪ ଜଣ ହିତାଧିକାରୀଙ୍କ ଟିକାକରଣ ସରିଛି।
  • ଟିକାକରଣ ଅଭିଯାନର ୬୦ତମ ଦିବସ (୧୬ ମାର୍ଚ୍ଚ ୨୦୨୧)ରେ ୨୧ ଲକ୍ଷ (୨୧,୧୭,୧୦୪)ରୁ  ଅଧିକ ହିତାଧିକାରୀଙ୍କ ଟିକାକରଣ କରାଯାଇଛି ।
  • ଏଥିରୁ ୩୦,୮୭୧ ସେସନରେ ୧୭,୮୨,୫୫୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ) ଏବଂ ୩,୩୪,୫୫୧ ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।
  • ଭାରତରେ ମୋଟ ୧,୧୦,୪୫,୨୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୬.୫୬% ।
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି ।
  • ନୂଆ ମୃତ୍ୟୁରୁ ୮୬.୭% ହୋଇଛି କେବଳ ଛଅ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୭ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପଛକୁ ପଞ୍ଜାବରେ ୩୮ ଜଣ ଏବଂ କେରଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।
  • ୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏଗୁଡ଼ିକ ହେଲା, ଆସାମ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ମେଘାଳୟ, ଦାମନ ଓ ଡିଉ ଏବଂ ଦାଦ୍ରା ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ମଣିପୁର, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।
କରୋନା ଅପଡେଟ
Share. Facebook Twitter LinkedIn Email WhatsApp Copy Link

Related Posts

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026
Latest News

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026

ଟ୍ରମ୍ପ ଦେଲେ ଖୁସି ଖବର: ଇରାନ ସହିତ ହୋଇପାରେ ଶାନ୍ତି ଆଲୋଚନା

April 22, 2026

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା: ବଙ୍ଗଳାରେ ବିଚାରପତିମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି

April 22, 2026

ପ୍ରଥମ ଚିଲିକା ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.