ନବୀନ ନିବାସକୁ ବିଜେପି ବିଧାୟକମାନେ ଆସିବାକୁ ନେଇ ବଡ କଥା କହିଲେ ମନ୍ତ୍ରୀ ପ୍ରତାପ ଜେନା

Published: Mar 18, 2021, 4:50 pm IST

ଭୁବନେଶ୍ବର, ଆଜି ନବୀନ ନିବାସକୁ ବିଜେପି ବିଧାୟକମାନେ ଆସିଥିଲେ। ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭା ଆସୁ ନାହାଁନ୍ତି, ଚାଷୀଙ୍କ ସମସ୍ୟା କଥା କାହିକି ବୁଝୁ ନାହାଁନ୍ତି। ସେମାନେ ବିଧାନସଭାରୁ ଏକ ରାଲି କରି ନବୀନ ନିବାସରେ ପହଁଚିଥିଲେ। ସେଠାରେ ଭିତରକୁ ନ ଛଡା ଯିବାରୁ ନବୀନ ନିବାସ ଆଗରେ ବିଜେପି ବିଧାୟକମାନେ ଧାରଣାରେ ବସି ରହିଲେ। ମୁଖ୍ୟମନ୍ତ୍ରୀ ଧାରଣାସ୍ଥଳକୁ ଆସି ତାଙ୍କୁ ଭିତରକୁ ନେଇ ଆଲୋଚନା କରିଥିଲେ।

ତେବେ ଏହି ଘଟଣାକୁ ନେଇ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଏକ ବଡ କଥା। ସେ କହିଛନ୍ତି ଯେ, ନବୀନ ନିବାସ ପରି ଏକ ପବିତ୍ର ସ୍ଥାନରେ ବିଜେପି ବିଧାୟକମାନେ ଆସି ନିଜକୁ ପବିତ୍ର କରିଛନ୍ତି। ସେମାନେ ଯେତେ ସବୁ ପାପ କରିଥିଲେ ତାହା ଏହି ମାଟିରେ ଧୋଇ ହୋଇଯାଇଛି। ସେମାନେ ନିର୍ବାଚନ ଜିତିବା ପାଇଁ ଯାହା ପାପ କରିଥିଲେ ତାହାର ଆଜି ସମାପ୍ତ ହୋଇଛି। ତେବେ ସେମାନେ ନବୀନ ନିବାସ ଆସିବାକୁ ଆମେ ସ୍ବାଗତ କରୁଛୁ।

Related posts