ମାଲେସିଆ ଓପନ୍‌ ବ୍ୟାଡମିଣ୍ଟନ୍‌ : ସିନ୍ଧୁ ବିଦା, କ୍ବାର୍ଟରରେ ଶ୍ରୀକାନ୍ତ

Published: Apr 5, 2019, 2:01 pm IST
malesian badminton open

ମାଲେସିଆ ଓପନ ବ୍ୟାଡମିଣ୍ଟନର ଭାରତୀୟ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଟପ୍‌ସିଡ୍‌ ଭାରତୀୟ ଖେଳାଳି ପିଭି ସିନ୍ଧୁ ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଥିବା ବେଳେ ଏକମାତ୍ର ଆଶା ଭାବରେ କିଦାମ୍ବି ଶ୍ରୀକାନ୍ତ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୭୫ ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟମ ସିଡେଡ୍‌ ଶ୍ରୀକାନ୍ତ ୩୦ମିନିଟ୍‌ ସମୟ ନେଇ ଥାଇଲ୍ୟାଣ୍ଡର ଖୋଷ୍ଟି ଫେଟପ୍ରାଡାବଙ୍କୁ ପରାସ୍ତ କରିଥିଲେ। ଗତ ସପ୍ତାହରେ ଇଣ୍ଡିଆନ୍‌ ଓପନ୍‌ରେ ରନର୍ସ ଅପ୍‌ ରହିଥିବା ଶ୍ରୀକାନ୍ତ  ୨୧-୧୧ ଏବଂ ୨୧-୧୫ ର ସିଧାସଳଖ ସେଟ୍‌ରେ ବିଜୟୀ ହୋଇଥିଲେ। ଶ୍ରୀକାନ୍ତ ନିଜର ଆଗାମୀ ମୁକାବିଲାରେ ଅଲମ୍ପିକ୍ସ ଚାମ୍ପିୟନ୍‌ ଚୀନ୍‌ର ଚେନ୍‌ ଲଙ୍ଗଙ୍କୁ ଭେଟିବେ। ଅନ୍ୟ ଏକ ମୁକାବିଲାରେ ମିକ୍ସଡ୍‌ ଡବଲ୍ସ ଯୋଡି ପ୍ରଣବ ଜେରୀ ଚୋପ୍ରା ଏବଂ ଏନ୍‌ ସିକ୍କି ରେଡ୍ଡୀ ସ୍ଥାନୀୟ ଯୋଡି ଟାନ୍‌ କିଆନ୍‌ ମେଙ୍ଗ ଏବଂ ଲାଇ ପେଇ ଜିଙ୍ଗଙ୍କ ନିକଟରୁ ୨୧-୧୫, ୧୭-୨୧ ଏବଂ ୧୩-୨୧ରେ ପରାଜୟ ବରଣ କରିଛନ୍ତି। ସେହିପରି ଭାରତୀୟ ଷ୍ଟାର ଖେଳାଳି ପି ଭି ସିନ୍ଧୁ ସିଧାଳସଳଖ ସେଟ୍‌ରେ ପରାଜୟ ବରଣ କରିଛନ୍ତି। ୧୮-୨୧ ଏବଂ ୭-୨୧ ସେଟ୍‌ରେ ସୁଙ୍ଗ ଜି ହୁନ୍‌ଙ୍କ ନିକଟରୁ ପରାଜିତ ହୋଇ ସିନ୍ଧୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ। ଜି ହୁନ୍‌ଙ୍କ ବିପକ୍ଷରେ ଏହା ସିନ୍ଧୁଙ୍କର କ୍ରମାଗତ ତୃତୀୟ ପରାଜୟ।

Related posts