
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଗତ ୨୪ ଘଣ୍ଟାରେ ୪୩ ହଜାରରୁ ଉର୍ଦ୍ଧ୍ଵ ଲୋକ କରୋନାରେ ସଂକ୍ରମଣ ହୋଇଛନ୍ତି। ଏହା ଭିତରେ ଲୋକସଭା ବାଚସ୍ପତି ଓମ ବିର୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ରିପୋର୍ଟ ପଜେଟିଭ ଆସିଛି।