Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫଟା ଜିନ୍ସ ପରେ ଆଉ ଏକ ବୟାନକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା
ଆଜିର ଖବର

ଫଟା ଜିନ୍ସ ପରେ ଆଉ ଏକ ବୟାନକୁ ନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା

March 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସ ଉପରେ ବୟାନ ରଖି ସମଗ୍ର ଦେଶରେ ସମାଲୋଚନାର ଶିକାର ହୋଇଥିଲେ। ହେଲେ ପୁଣି ଥରେ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ଆଜି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆମେରିକା ଆମ ଉପରେ ୨୦୦ ବର୍ଷ ଶାସନ କରିଥିବା କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ରାୱତ ଭାରତରେ କରୋନା ସ୍ଥିତିକୁ ନେଇ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରୁଥିଲେ। ଏହି ଅବସରରେ ଭାରତ କରୋନା ଲଢାଇରେ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି ବୋଲି ରାୱତ କହିଥିଲେ। ଏହା ସହିତ ଆମେରିକା ଯିଏ କି ଆମକୁ ୨୦୦ ବର୍ଷ ଶାସନ କରିଥିଲା। ସେହି ଦେଶ ଏବେ କରୋନା ପାଇଁ ସଂଘର୍ଷ କରୁଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଥିଲେ ଯେ, କରୋନା ମହାମାରୀରୁ ପ୍ରଧାନମନ୍ତ୍ରୀ ଆମକୁ ବଞ୍ଚାଇବାର କାମ କରିଛନ୍ତି। ପୂର୍ବରୁ ତୀରଥ ସିଂହ ରାୱତ କିଛି ଦିନ ତଳେ ଫଟା ଜିନ୍ସକୁ ନେଇ ବିବାଦ ଘେରକୁ ଆସିଥିଲେ। ଏହି ବୟାନକୁ ନେଇ ସେ କ୍ଷମା ମାଗିଥିଲେ।

ମାର୍ଚ୍ଚ ୧୯ ତାରିଖରେ ତୀରଥ ସିଂହ କହିଥିଲେ ଯେ, ଜିନ୍ସ ପିନ୍ଧିବାରେ ମୋର କୌଣସି ଅଭିଯୋଗ ନାହିଁ। ମୁଁ ନିଜେ ମଧ୍ୟ ଜିନ୍ସ ପିନ୍ଧୁଥିଲି। ଏକ ଭଲ ସଂସ୍କାର ପରିପ୍ରେକ୍ଷୀରେ ଫଟା ଜିନ୍ସ ପିନ୍ଧିବା ଉପରେ ମତ ରଖିଥିଲେ। ଯଦି କାହାକୁ ଫଟା ଜିନ୍ସ ପିନ୍ଧିବାରେ ଇଚ୍ଛା ଅଛି, ସେଥିପାଇଁ ମୋର କୌଣସି ଅଭିଯୋଗ ନାହିଁ। ଏହି ବୟାନ ପରେ କାହାକୁ ଆଘାତ ଲାଗିଥାଏ, ତେବେ ତାଙ୍କୁ ମୁଁ କ୍ଷମା ମାଗୁଛି। ଏହା ସହିତ ସେ କହିଥିଲେ ଯେ, ଯଦି ଆମ ପିଲାଙ୍କୁ ଉଚିତ ସଂସ୍କାର ଏବଂ ଅନୁଶାସନ ଦେବା, ତେବେ ସେମାନେ ଭବିଷ୍ୟତରେ କେବେ କୌଣସି କାର୍ଯ୍ୟରେ ଅସଫଳ ହେବେନି।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ
Share. Facebook Twitter LinkedIn Email WhatsApp Copy Link

Related Posts

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026
Latest News

“ଯଦି ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଯାଏ…”: କାହାକୁ ଚେତାବନୀ ଦେଲେ ସିଦ୍ଧରମୈୟାଙ୍କ ପୁଅ?

August 6, 2026

ଆଶାରାମ ବାପୁଙ୍କୁ ଝଟକା: ଅନ୍ତରୀଣ ଜାମିନ୍ ପାଇଁ ମନା କଲେ ସୁପ୍ରିମକୋର୍ଟ

August 6, 2026

ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ: ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କଲେ ହାଇକୋର୍ଟ

August 6, 2026

Banapur News: ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

August 6, 2026

ଆଜି LPG କେତେ ଶସ୍ତା ହେଲା?: ଦେଖନ୍ତୁ 14 ଏବଂ 19 କିଲୋ ଗ୍ୟାସ ସିଲିଣ୍ଡରର ଦର ତାଲିକା 

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.