ରାନବାକ୍ସିର ପ୍ରଚାରକ ମାଲବିନ୍ଦର ସିଂ ଏବଂ ଶିବିନ୍ଦର ସିଂଙ୍କୁ ଗିରଫ କରିବା ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ଅର୍ଥ ହେରଫେର ମାମଲା ନେଇ ସୁପ୍ରିମ୍କୋର୍ଟ ଏହି ଚେତାବନୀ ଦେଇଛନ୍ତି। ଏକ ସିଙ୍ଗାପୁର କମ୍ପାନୀର ୨୫୦୦ କୋଟିର ମଧ୍ୟସ୍ଥତା ଅର୍ଥ ଫେରେଇ ନଥିବାରୁ ଏହି ଚେତାବନୀ ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏପ୍ରିଲ୍ ୧୧କୁ ଅର୍ଥ ପ୍ରଦାନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ସୁପ୍ରିମ୍କୋର୍ଟ ମାମଲାର ଶୁଣାଣି ପାଇଁ ମଧ୍ୟ ଏପ୍ରିଲ୍ ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସିଙ୍ଗାପୁରରେ ଅବସ୍ଥାପିତ କମ୍ପାନୀ ଡାଇଚି ସାଙ୍କ୍ୟୋକୁ ମଧ୍ୟସ୍ଥତା ଅର୍ଥରାଶି ୨୫୬୨ ଟଙ୍କା ପ୍ରଦାନ କରିବ ରାନବାକ୍ସି। ଏହି ଅର୍ଥ କିପରି ପ୍ରଦାନ କରାଯାଇ ପାରିବ ଏହାର ଏକ ଉତ୍ତମ ଯୋଜନା ପ୍ରସ୍ତୁତ କରି ପ୍ରଦାନ କରିବାକୁ ମାଲବିନ୍ଦର ସିଂ ଏବଂ ଶିବିନ୍ଦର ସିଂଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ।
ରାନ୍ବାକ୍ସି ପ୍ରଚାରକଙ୍କୁ ଜେଲ୍ ପଠାଇବାକୁ ସର୍ବାେଚ୍ଚ କୋର୍ଟଙ୍କ ଧମକ
Published:
Apr 5, 2019, 4:21 pm IST