ବିବାହ ପରେ ମୁଁ ଧର୍ମ ବଦଳାଇନାହିଁ, ମୁଁ ଆଜି ବି ହିନ୍ଦୁ : ଉର୍ମିଳା

Published: Apr 5, 2019, 3:20 pm IST
urmila speak about religion

ନିକଟରେ କଂଗ୍ରେସରେ ସାମିଲ୍‌ ହୋଇଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର୍‌ ନିଜ ଧର୍ମକୁ ନେଇ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ ଏହି ବିଷୟରେ କହିଛନ୍ତି। ବିବାହ ପରେ ଉର୍ମିଳା ଧର୍ମ ବଦଳାଇନାହାନ୍ତି। ତାଙ୍କ ସ୍ବାମୀ ମୁସଲମାନ ହୋଇ ଗର୍ବ ଅନୁଭବ କରୁଥିବାବେଳେ ସେ ହିନ୍ଦୁ ହୋଇ ନିଜକୁ ଭାଗ୍ୟଶାଳୀ ମନେ କରନ୍ତି। ଭାରତର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଯେ, ଏଠି ଯିଏ ଯେମିତି ଚାହିଁବ ସେମିତି ରହିପାରିବ। ନିକଟରେ ନିଜ ଧର୍ମକୁ ନେଇ ଉର୍ମିଳା ଟ୍ରୋଲ୍‌ ହୋଇଥିଲେ। ତେବେ ସେ ଏହି ଟ୍ରୋଲକୁ ନେଇ କହିଛନ୍ତି ଯେ, ଟ୍ରୋଲର୍‌ ଇସଲାମ୍‌କୁ ଏକ ବିଶେଷ ରଙ୍ଗରେ ରଙ୍ଗାଇବାପାଇଁ ଚେଷ୍ଟା କରୁଛନ୍ତି। ଏପରି କହୁଥିବା ବ୍ୟକ୍ତି କେବଳ ଶସ୍ତା ରାଜନୀତି କରି ଜାଣନ୍ତି ବୋଲି କହିଛନ୍ତି ଉର୍ମିଳା। ଉର୍ମିଳା ନିଜଠାରୁ ୧୦ବର୍ଷୀୟ ସାନ ମୋସିନ୍‌ ଅଖତର୍‌ଙ୍କୁ  ୨୦୧୬ରେ ବିବାହ କରିଥଲେ। ଉର୍ମିଳା ଚଳିତଥର କଂଗ୍ରେସ ତରଫରୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts