Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ କରୋନା ଲହରୀ ଜାରି: ଗାନ୍ଧୀମାର୍ଗ ଧାରଣାସ୍ଥଳକୁ ସାନିଟାଇଜ କଲେ ସମାଜସେବୀ ପ୍ରତାପ ସାହୁ
ଆଜିର ଖବର

ଦ୍ୱିତୀୟ କରୋନା ଲହରୀ ଜାରି: ଗାନ୍ଧୀମାର୍ଗ ଧାରଣାସ୍ଥଳକୁ ସାନିଟାଇଜ କଲେ ସମାଜସେବୀ ପ୍ରତାପ ସାହୁ

March 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ। ଦୈନନ୍ଦିନ ଶହ ଶହ ପଥଚାରୀ ଏହି ବାଟ ଦେଇ ଯିବାଆସିବା କରୁଥିବା ବେଳେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ ନିଜର ଦାବି ହାସଲ ପାଇଁ ଗାନ୍ଧୀମାର୍ଗରେ ଜନ ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତି। କିନ୍ତୁ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଓଡ଼ିଶାରେ ପ୍ରବେଶ କରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଭାବେ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ତେବେ କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ଗାନ୍ଧୀମାର୍ଗ ପ୍ରତି ବିପଦ ରହିଥିବାରୁ ସମାଜସେବୀ ପ୍ରତାପ ସାହୁ ଏକ ନିଆରା ଢଙ୍ଗରେ ଗାନ୍ଧୀମାର୍ଗକୁ ସମ୍ପୂର୍ଣ୍ଣ ଭାବରେ ସାନିଟାଇଜି କରିଛନ୍ତି।

ପ୍ରତାପଙ୍କ ଏଭଳି ଉଦ୍ୟମକୁ ରାଜଧାନୀ ବାସୀ ପ୍ରଶଂସା କରିଥିବା ବେଳେ ଏ ବାବଦରେ ପ୍ରତାପ କୁହନ୍ତି ଯେ, ଗାନ୍ଧୀମାର୍ଗ ହେଉଛି ଏକ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ। ପ୍ରତିଦିନ ହଜାର ହଜାର ଆନ୍ଦୋଳନକାରୀ ଅନଶନ ଓ ବିକ୍ଷୋପ ପ୍ରଦର୍ଶନ କରୁଥିବାରୁ ଏଠାରେ ଲୋକମାନେ ଏକତ୍ରିତ ହୋଇଥାନ୍ତି। ତେଣୁ କରୋନାଠାରୁ ଦୂରେଇ ରହିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ।

ଏତଦବ୍ୟତୀତ ନିୟମିତ ମାକ୍ସ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟଇଜ ବ୍ୟବହାର କରିବା, ପ୍ରତ୍ୟେକଦିନ ସାବୁନରେ ହାତ ଧୋଇବା ପାଇଁ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ। ପିଏମ୍‌ଜି ଅଞ୍ଚଳରେ ଥିବା ପୋଲିସ୍ ଆଉଟପୋଷ୍ଟ, ବ୍ୟାରିକେଡ଼ ଗୁଡ଼ିକୁ ସାନିଟାଇଜ କରିବା ସହ ଧାରଣାରତ ୧୪ଟି ଷ୍ଟଲକୁ ସାନିଟାଇଜ ମଧ୍ୟ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପ୍ରଥମେ ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା, ସେବେଠାରୁ ପ୍ରତାପ ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସାନିଟାଇଜ କରିବା ସହିତ, ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ମାକ୍ସ, ସାନିଟାଇଜର, ସାବୁଲ ଓ ରନ୍ଧାଖାଦ୍ୟ ଆଦି ପ୍ରଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ହେଲେ କରୋନାର ଦ୍ୱିତୀୟ ଲହରୀ ଏବେ ଜାରି ରହିଥିବାରୁ ପୂର୍ବପରି ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି।

ଗାନ୍ଧୀମାର୍ଗ ଭୁବନେଶ୍ୱର ସାନିଟାଇଜ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026

ବନ୍ଦେ ମାତରମ୍ ପ୍ରସଙ୍ଗ: କେନ୍ଦ୍ରର ଜବାବ ମାଗିଲେ ସୁପ୍ରିମକୋର୍ଟ

September 22, 2026

RIMS ହସ୍ପିଟାଲ ଶିଶୁ ୱାର୍ଡରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ, ୨୫ ସୁରକ୍ଷିତ

September 22, 2026
Latest News

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ହଟ୍ଟଗୋଳ

September 22, 2026

ବିହାର: ଭୂମିହୀନ ପରିବାର ପାଇଁ ଜମି, ଆଜିଠାରୁ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର

September 22, 2026

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଦଳ, ଭରତ ପାଇଁ ଜିତିଲା ପ୍ରଥମ ସ୍ୱର୍ଣ୍ଣ

September 22, 2026

ନାଗରିକତା ବିନା ଭୋଟ କିପରି: ସୋନିଆ ଗାନ୍ଧୀଙ୍କ ଉପରେ ବଡ଼ ଆକ୍ରମଣ କଲା ବିଜେପି

September 22, 2026

୯ମ ଶ୍ରେଣୀ ପାଠ୍ୟକ୍ରମ ସଂଶୋଧନ କଲା ଏନସିଇଆରଟି: ପ୍ରକାଶ ପାଇଲା ନୂତନ ଗଣିତ ପୁସ୍ତକ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.