Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡିରେ ବେଆଇନ ବାଲି କାରବାର: ସରକାରୀ ରାଜସ୍ୱ ହାନି, ବାଲି ମାଫିଆ ମାଲେମାଲ
ଆଜିର ଖବର

କଳାହାଣ୍ଡିରେ ବେଆଇନ ବାଲି କାରବାର: ସରକାରୀ ରାଜସ୍ୱ ହାନି, ବାଲି ମାଫିଆ ମାଲେମାଲ

March 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି। ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ ଉଲ୍ଲଂଘନ କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲାସାରା ଅଧିକାଂଶ ତହସିଲ ଅଂଚଳରେ ବେଆଇନ ବାଲି ଉଠାଣ ହେଉଥିବା ବେଳେ ସେସବୁର ସଠିକ ତଦାରଖ କରାଯାଉନଥିବା ଦେଖାଯାଉଛି। ଫଳତଃ ବାଲି ମାଫିଆ ମାନେ ବିଶେଷ କରି ତେଲ ନଦୀ, ହାତୀ ନଦୀ ଭଲି ବଡ ବଡ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଣ କରୁଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ତୃଟିପୂର୍ଣ୍ଣ ଭାବେ ବାଲିଘାଟ ନିଲାମ କରାଯାଉଥିବା ହେତୁ ସେଥିପାଇଁ ଏଗ୍ରିମେଂଟ ହୋଇପାରୁନଥିବା ଜଣାପଡିଛି। ଏହାରି ସୁଯୋଗରେ ସଂପୃକ୍ତ ନିଲାମ ପାଇବାକୁଥିବା ବ୍ୟବସାୟୀ ଦୀର୍ଘ ଏକ ବର୍ଷ ହେବ ସଂପୃକ୍ତ ବାଲିଘାଟରୁ ବାଲି ଉଠାଣ ଜାରି ରଖିଥିବା ଅଭିଯୋଗ ହେଉଛି। ଏସଂପର୍କରେ ସଂପୃକ୍ତ ଆରଆଇ ମାନେ ସଠିକ ତଥ୍ୟ ଦେଇପାରୁନଥିବା ହେତୁ ସରକାରୀ ରାଜସ୍ୱ ହାନି ହେଉଥିବା କୁହାଯାଉଛି। ବାଲିଘାଟ ନିଲାମଧାରୀଙ୍କ ନାମରେ ଏଗ୍ରିମେଂଟ ହୋଇଛି କି ନାହିଁ ସେହି ତଥ୍ୟ ମଧ୍ୟ ସଂପୃକ୍ତ ଆରଆଇଙ୍କ ପାଖରେ ନାହିଁ।

ଅନ୍ୟ ପକ୍ଷରେ ନିଲାମ କରିସାରିବା ପରେ ତହସିଲ ପକ୍ଷରୁ ପରିବେଶ ମଂଜୁରୀ ପାଇଁ ଆବେଦନ କରାଯାଉଥିବା ହେତୁ ଏଗ୍ରିମେଂଟ ପାଇଁ ବିଲମ୍ବ ହେଉଥିବା ଏବଂ ଓଏମଏମସି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ହେଲେ ନିଲାମ କରିବା ପୂର୍ବରୁ ପରିବେଶ ମଂଜୁରୀ ଅଣାଯାଇ ନିଲାମ କରାଗଲେ ନିଲାମଧାରୀ ତୁରନ୍ତ ଏଗ୍ରିମେଂଟ କରିବାରେ ସୁବିଧା ହୋଇପାରନ୍ତା ଓ ଓଏମଏମସି ନିୟମ ଅନୁସାରେ ନିର୍ଦ୍ଧାରିତ ସମୟସୀମା ଭିତରେ ଏଗ୍ରିମେଂଟ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ତହସିଲ ଗୁଡିକ ପକ୍ଷରୁ ଗତ ମଇ ଜୁନ ମାସରେ ନିଲାମ କରାଯାଇଥିବା ବେଳେ ଯେଉଁମାନେ ସର୍ବାଧିକ ମୂଲ୍ୟ ଦେବାକୁ ଦର୍ଶାଇ ନିଲାମ ପାଇଥିଲେ ସେମାନେ ମଧ୍ୟ ଆବଶ୍ୟକୀୟ କାଗଜାତ ସହିତ ପରିବେଶ ମଂଜୁରୀ ମିଳିନଥିବା ହେତୁ ଏଗ୍ରିମେଂଟ କରିପାରିନଥିଲେ। ନିଲାମ ହୋଇଥିବା ସଂପୃକ୍ତ ବାଲିଘାଟ ଗୁଡିକର ନିୟମିତ ଭାବେ ବାଲି ଉଠାଣ କରାଯାଉଥିବା ସ୍ଥାନୀୟ ଅଂଚଳରେ ଅଭିଯୋଗମାନ ହେଉଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱ କ୍ଷତି ହେଉଥିବା ଜଣାପଡିଛି। ତହସିଲ ଅଫିସ ହିଁ ଓଏମଏମସି ଅଧିନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି।

କଳାହାଣ୍ଡିରେ ହୋଇଥିବା ବାଲିଘାଟ ନିଲାମ, ପରିବେଶ ମଂଜୁରୀ ଇତ୍ୟାଦିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

କଳାହାଣ୍ଡି ବାଲି ମାଫିଆ
Share. Facebook Twitter LinkedIn Email WhatsApp Copy Link

Related Posts

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026
Latest News

କ୍ରେଡିଟ୍ କାର୍ଡରେ ଅତ୍ୟଧିକ ଖର୍ଚ୍ଚ କରୁଛନ୍ତି କି? CIBIL ସ୍କୋର ଉପରେ ପଡ଼ିପାରେ ପ୍ରଭାବ

September 10, 2026

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଲଗାତାର ୩୫ ମାସ ଧରି ଶୀର୍ଷ ସ୍ଥାନରେ ଭାରତ

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.