ଭୁବନେଶ୍ଵରର ଆଉ ଦୁଇଟି ବିଦ୍ୟାଳୟରେ ପହଞ୍ଚିଲା କରୋନା ଭୂତାଣୁ

Published: Mar 25, 2021, 12:06 pm IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରୀୟ ବିଦ୍ୟାଳୟରେ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏକ ଘରୋଇ ସ୍କୁଲରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ଏବେ ପ୍ରି-ବୋର୍ଡ ପରୀକ୍ଷା ଚାଲିଛି। ଶ୍ରେଣୀଗୃହରେ ଉପସ୍ଥିତ ସମସ୍ତ ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି।

ସେପଟେ ଘରୋଇ ବିଦ୍ୟାଳୟର ଆକ୍ରାନ୍ତ ହୋଇଥିବା ତିନିଜଣ ଛାତ୍ର ହଷ୍ଟେଲ ରହୁଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଏକ ଟିମ୍ ବିଦ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ନିର୍ଦ୍ଦିଷ୍ଟ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯିବ।

Related posts