Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଡ଼ମେଡ଼ିକାଲ୍ ଦ୍ୱିତୀୟ ଗେଟ୍ ଖୋଲିବାକୁ କୋର୍ଟର ଆଦେଶ: ଆଦେଶ ନ ମାନିଲେ ତାଲା ଭାଙ୍ଗିବ ପରିଷଦ
ଆଜିର ଖବର

ବଡ଼ମେଡ଼ିକାଲ୍ ଦ୍ୱିତୀୟ ଗେଟ୍ ଖୋଲିବାକୁ କୋର୍ଟର ଆଦେଶ: ଆଦେଶ ନ ମାନିଲେ ତାଲା ଭାଙ୍ଗିବ ପରିଷଦ

March 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ
ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ୍ ଏମ୍‌କେସିଜିକୁ ଯିବା ପାଇଁ ଦୁଇଟି ଗେଟ୍ ରହିଛି। ଗୋଟିଏ ମୁଖ୍ୟଦ୍ୱାର ଏବଂ ଅନ୍ୟଟି ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଗୋଟିଏ ଗେଟ୍। ନୂଆବସ୍‌ଷ୍ଟାଣ୍ଡ ପାଖ ଗେଟ୍‌ଟିରେ ଦୀର୍ଘଦିନ ହେବ କେଉଁ ସ୍ୱାର୍ଥ ନେଇ ତାଲା ମାରି ବନ୍ଦ କରାଯାଇଛି ତାହା ଜଣାପଡ଼ୁନି। ଏହି ଗେଟ୍ ବନ୍ଦ ରହିବା ଯୋଗୁଁ ଆସିକା ରୋଡ଼୍ ଦେଇ ଯେଉଁ ରୋଗୀ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆମ୍ବୁଲାନସରେ ଆସୁଥାନ୍ତି ସେମାନଙ୍କୁ ଆଉ ଦୁଇକିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ିଥାଏ।

ଫଳରେ କିଛି ଲୋକଙ୍କ ରାସ୍ତାରେ ହିଁ ଜୀବନ ଚାଲିଯାଇଥାଏ। ଏହା ସହ ନୂଆଁବସ୍‌ଷ୍ଟାଣ୍ଡ ରାସ୍ତାଟି ପ୍ରବଳ ଜନଗହଳି ହେଉଥିବାରୁ ବହୁ ସମୟ ଧରି ଟ୍ରାଫିକ୍ ଜାମ ରହୁଛି। ତେଣୁ ଆମ୍ବୁଲାନସଟି ଏହି ରାସ୍ତାରେ ମେଡ଼ିକାଲ୍ ଯିବାବେଳେ ବହୁତ ବିଳମ୍ବ ହେବା ସହ ଲୋକଙ୍କ ଜୀବନହାନି ମଧ୍ୟ ହେଉଛି। ଏହି ଦ୍ୱିତୀୟ ଗେଟ୍ ଖୋଲିବା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁବାର ଧାରଣା, ଆନ୍ଦୋଳନ କରାଯିବା ସହ ଆର୍‌ଡ଼ିସି, ଜିଲ୍ଲାପାଳ, ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କିଛି ସୁଫଳ ନ ମିଳିବାରୁ ଉଚ୍ଚ ନ୍ୟାୟାଳୟରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଶେଷରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ମାମଲାକୁ ମାନ୍ୟବର ହାଇକୋର୍ଟ ବିଚାର କରି ତୁରନ୍ତ ୨୦ ଦିନ ମଧ୍ୟରେ ମେଡ଼ିକାଲ୍‌ର ଦ୍ୱିତୀୟ ଗେଟ୍‌ଟି ଖୋଲିବାକୁ ଏମ୍‌କେସିଜି ସୁପରିଟେଣ୍ଡେଣ୍ଟଙ୍କୁ କୋର୍ଟ ଆଦେଶ ଦେଇଛନ୍ତି।

ଏହା ଏକ ଐତିହାସିକା ଘଟଣା ସହ ଲୋକଙ୍କ ବୃହତ୍ତର ସ୍ୱାର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହି ମକଦ୍ଦମାକୁ ଆଇନଜୀବୀ ସରୋଜ କୁମାର ପାଢ଼ୀ, ନୃସିଂହ ରାଉତ ଓ ଏସ୍‌କେ ନାୟକ ପରିଚାଳନା କରିଥିଲେ। ଏନେଇ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯଦି କୋର୍ଟର ଆଦେଶ ପ୍ରକାରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆ ବସ୍‌ଷ୍ଟାଣ୍ଡ ଫାଟକ ନ ଖୋଲନ୍ତି ତେବେ ଭାରତୀୟ ବିକାଶ ପରିଷଦ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କୋର୍ଟ ଅବମାନନା କେସ ରୁଜୁ କରିବା ସହିତ ଆବଶ୍ୟକସ୍ଥଳେ ଗେଟ୍‌ର ତାଲା ଭାଙ୍ଗି ଗେଟ୍ ଖୋଲିବାର ବ୍ୟବସ୍ଥା କରାଯିବ।

ଯେତେହୁ ଏହା ଗରିବ, ଖଟିଖିଆ, ସାଧାରଣ ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ବିକାଶ ପରିଷଦ କର ବା ମର ପନ୍ଥା ଆପଣେଇବା ପାଇଁ ବାଧ୍ୟ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

ଏମ୍‌କେସିଜି ଦକ୍ଷିଣ ଓଡ଼ିଶା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026
Latest News

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026

NEET ପୁନଃପରୀକ୍ଷାରେ ମହାଠକେଇ! ନକଲି ପ୍ରାର୍ଥୀ ସାଜି ପରୀକ୍ଷା ଦେଉଥିଲେ ଡାକ୍ତର ଓ MBBS ଛାତ୍ର, ୯ ଜଣ ଗିରଫ

June 22, 2026

ଅବକାରୀ ବିଭାଗର ବଡ଼ ସଫଳତା: ୮୦ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

June 22, 2026

ବର୍ଷାରେ ଭିଜିଲା ଟ୍ୱିନ୍ ସିଟି; ଗରମରୁ ମିଳିଲା ଆଶ୍ୱସ୍ତି, ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.