ଭୁବନେଶ୍ବର ଆଲେନ୍ କୋଚିଂ ସେଣ୍ଟରକୁ ସିଲ୍ କଲା ବିଏମସି

Published: Mar 28, 2021, 1:42 pm IST

ଭୁବନେଶ୍ବର: ଭୂବନେଶ୍ବର ସ୍ଥିତ ଆଲେନ୍ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି । ଭୂବନେଶ୍ବର ମହାନଗର କର୍ପୋରେସନ ତରଫରୁ ଆଲେନ୍ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। ଆଲେନ୍ କୋଚିଂ ସେଣ୍ଟରରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ବିମସି ଏଭଳି ନିଷ୍ପତ୍ତି ନେଇଛି। ଆଲେନ୍ ଭିତରେ ଥିବା ହଷ୍ଟେଲ କିମ୍ବା ମେସ୍ କୁ ପ୍ରବେଶ ଉପରେ କଟକଣା ଲାଗିଛି। ଭିତରେ ଥିବା ଲୋକ ବାହାରକୁ ବାହାରିବା ବାରଣ କରାଯାଇଛି। କେବଳ ସ୍ବୀକୃତିପ୍ରାପ୍ତ ବିଏମସି କର୍ମଚାରୀଙ୍କୁ ଆଲେନ୍ ଭିତରକୁ ପ୍ରବେଶ କରିପାରିବେ।

Related posts