
ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାକୁ ପଡୋଶୀ ଛତିଶଗଡକୁ ଚାଲିଥିବା ବସ ସେବା ବନ୍ଦ ହୋଇପାରେ। ଛତିଶଗଡରୁ କରୋନା ସଂକ୍ରମଣ ବଢୁଥିବାରୁ ବସ ସେବା ବନ୍ଦ କରାଯିବ ବୋଲି ଆଲୋଚନା ହେଉଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର ଲୋକେ ପଡୋଶୀ ରାଜ୍ୟକୁ ବ୍ୟବସାୟ କିମ୍ବା ସାମନା କିଣିବା ପାଇଁ ଯାଇଥାନ୍ତି। ଏବେ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହିତ ବସ ବନ୍ଦ କରିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି।