ଆସନ୍ତାକାଲି ପ୍ୟାନ-ଆଧାର ଲିଙ୍କର ଶେଷ ତାରିଖ: ନଚେତ୍ ଜରିମାନା ସହ ଅବୈଧ ହେବ କାର୍ଡ଼

Published: Mar 30, 2021, 2:03 pm IST

ନୂଆଦିଲ୍ଲୀ: ଯଦି ଆପଣଙ୍କର ପ୍ୟାନ ସହ ଆଧାର ଲିଙ୍କ କରି ନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ। ଏଥିପାଇଁ ଆପଣଙ୍କ ପାଖରେ ଆଉ ଦୁଇ ଦିନର ସମୟ ବାକି ରହିଛି। ଆସନ୍ତାକାଲି ଏହାର ଶେଷ ତାରିଖ ରହିଛି। ନଚେତ୍ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ।

ଏହା ପୂର୍ବରୁ କେନ୍ଦ୍ର ସରକାର ବହୁତ ଥର ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ଅବଧି ବଢାଇଛି। କିନ୍ତୁ ଏବେ ଲିଙ୍କ କରି ନପାରିଲେ କେନ୍ଦ୍ର ସରକାର ଜରିମାନାର ପ୍ରାବଧାନ ଆଣିଛି। ଏହାସହିତ କାର୍ଡ ଧାରକଙ୍କ ପ୍ୟାନକୁ ମଧ୍ୟ ଅବୈଧ ଘୋଷିତ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଆର୍ଥିକ ବିଲ-୨୦୨୧ ପାରିତ କରାଯାଇଛି। ଯେଉଁଥିରେ ଆୟକର ଧାରା, ୧୯୬୧ରେ ନୂଆ ଧାରା ୨୩୪ଏଚ ଅନୁଯାୟୀ, ପ୍ୟାନ ସହ ଆଧାର ଲିଙ୍କ କରାନଗଲେ ଏବେ ଲୋକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏତଦବ୍ୟତିତ ସେହି ଲୋକଙ୍କ ପ୍ୟାନକୁ ଅବୈଧ ଘୋଷଣା କରାଯାଇପାରେ।

Related posts