ବିଷାକ୍ତ ମଦ ପିଇ ୬ ମୃତ, ୭ ରୁ ଉର୍ଦ୍ଧ୍ଵ ଗୁରୁତର

Published: Mar 31, 2021, 1:57 pm IST

ପାଟଣା: ବିହାରର ନବାଦା ଜିଲ୍ଲା ଅନ୍ତର୍ଗତ ଭଦୌନୀ ପଞ୍ଚାୟତରେ ଗତ ୪୮ ଘଣ୍ଟା ମଧ୍ୟରେ ୬ ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ୭ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଗୁରୁତର ଅବସ୍ଥାରେ ପାଟଣା ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଅଧିକାରୀଙ୍କ ଦ୍ଵାରା ମୃତ୍ୟୁର କାରଣ ଏଯାଏଁ ଔପଚାରିକ ଘୋଷଣା ହୋଇନି। କିନ୍ତୁ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଛି ବୋଲି ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

Related posts