ଆତଙ୍କବାଦ ନଥିଲେ ରାହୁଲ ନିଜର ସୁରକ୍ଷା ବ୍ୟବସ୍ଥା ଉଠାଇବା ଦରକାର : ସୁଷମା ସ୍ବରାଜ

Published: Apr 6, 2019, 11:00 am IST
sushma swaraj slams rahul gandhi on afsa issue

କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ କଡା ସମାେଲାଚନା କରିଛନ୍ତି। ଅଫ୍‌ପ୍ସା ଉଠାଇବାକୁ ନିଜ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିବା ରାହୁଲଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଯଦି ତୁମକୁ ଅନୁଭବ ହେଉଛି ଯେ ଆତଙ୍କବାଦ ଏକ ସମସ୍ୟା ନୁହେଁ ତେବେ ଆପଣଙ୍କୁ ମିଳୁଥିବା ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ଆପଣ କାହିଁକି ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ ଦେଶରେ ବେକାରୀ ସମସ୍ୟା ହେଉଛି ବାସ୍ତବ ସମସ୍ୟା ଆତଙ୍କବାଦ ନୁହେଁ। ଏହା ଉପରେ ହାଇଦ୍ରାବାଦରେ ଏକ ନିର୍ବାଚନୀ ବୈଠକରେ ମତ ରଖିଛନ୍ତି ସ୍ବରାଜ। ସେ କହିଥିଲେ ରାହୁଲଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରଠାରୁ ଗାନ୍ଧୀ ପରିବାର ସର୍ବଦା ଏସ୍‌ପିଜି ସୁରକ୍ଷାରେ ଚଳପ୍ରଚଳ କରୁଛନ୍ତି। ତେଣୁ ରାହୁଲ ଯଦି ଅନୁଭବ କରୁଛନ୍ତି କି ଦେଶରେ ଆତଙ୍କବାଦ ଏକ ସମସ୍ୟା ନୁହେଁ ତେବେ ସୁରକ୍ଷା ବ୍ୟବସ୍ଥା ଉଠାଇବା ପାଇଁ ସେ ସରକାରଙ୍କୁ ଚିଠି ଲେଖିବା ଉଚିତ୍‌।

Related posts