ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୧୮ କରୋନା ଆକ୍ରାନ୍ତ

Published: Apr 2, 2021, 7:39 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡ଼ାରୁ ୪୮, କଟକରୁ ୨୩। ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨, ବଲାଙ୍ଗୀରିରୁ ୨୦, ରାୟଗଡାରୁ ୧୦,  ମୟୂରଭଞ୍ଜରୁ ୯, କଳାହାଣ୍ଡିରୁ ୮, କଳାହାଣ୍ଡିରୁ ୮, ସମ୍ବଲପୁରରୁ ୮, ବାଲେଶ୍ବରରୁ ୭, ଭଦ୍ରକରୁ ୫, ଗଞ୍ଜାମରୁ ୫, ଯାଜପୁରରୁ ୫, ପୁରୀରୁ ୫, ଅନୁଗୁଳରୁ ୨, ବରଗଡରୁ ୨, ଜଗତସିଂହପୁରରୁ ୨, କେନ୍ଦୁଝରରୁ ୨, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ନବରଙ୍ଗପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୪୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ କୁ ବୃଦ୍ଧି ହୋଇଛି। ତେବେ ୨୩୬୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୨୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts