କରୋନା ଲେଉଟାଣି, ଓଡିଶାରେ ପୁଣି ନାଇଟ କର୍ଫ୍ୟୁ, 10ଟି ଜିଲ୍ଲାରେ ହେବ ଲାଗୁ

Published: Apr 3, 2021, 4:53 pm IST

ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ କଟକଣା। ଆଜି ରାଜ୍ୟ ସରକାର ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁକରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି। ଯେଉଁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ । ତେବେ ଏହି ନାଇଟ କର୍ଫ୍ୟୁ ଆସନ୍ତା ୫ ତାରିଖ ଅର୍ଥାତ ସୋମବାର ଠାରୁ ଲାଗୁ ହେବ। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ।

Related posts